ମଧ୍ୟପ୍ରଦେଶରେ ସରିଲା ଭୋଟ ଗଣତି, ୧୧୪ଟି ଆସନ ସହ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେଲା କଂଗ୍ରେସ

ମଧ୍ୟପ୍ରଦେଶ(କେନ୍ୟୁଜ୍) : ମଧ୍ୟପ୍ରଦେଶରେ ସରିଲା ଭୋଟ ଗଣତି। କଂଗ୍ରେସ ଖାତାକୁ ୧୧୪ଟି ଆସନ ଯାଇଥିବାବେଳେ ବିଜେପିକୁ ମିଳିଛି ୧୦୯ଟି ଆସନ। ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି କଂଗ୍ରେସ। ବିଏସ୍‌ପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନକୁ ମିଳିଛି ୪ଟି ସିଟ୍‌।

sn ସେପଟେ ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମଧ୍ୟପ୍ରଦେଶର କଂଗ୍ରେସ ସଭାପତି କମଲନାଥ। ସରକାର ଗଢିବାକୁ ରାଜ୍ୟପାଳଙ୍କୁ ଭେଟି ସମୟ ମାଗିଛନ୍ତି। ମଧ୍ୟପ୍ରଦେଶ ସରକାର ଗଢିବା ପାଇଁ  ମ୍ୟାଜିକ ନମ୍ବର ୧୧୬ ହୋଇଥିବାବେଳେ କଂଗ୍ରେସକୁ ମିଳିଛି ୧୧୪ଟି ଆସନ। ସେପଟେ ବିଜେପି ମଧ୍ୟ ସମାନ ଦାବି ରଖିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.