ମୁସଲମାନ ମହିଳାଙ୍କ ‘ଖୁଲା’ ପ୍ରଥା ନେଇ ମଦ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ଜାଣନ୍ତୁ କ’ଣ ଏହି ପ୍ରଥା

ନୂଆଦିଲ୍ଲୀ : ମାଦ୍ରାସ ହାଇକୋର୍ଟ ମୁସଲମାନ ତଲାକ କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ମୁସଲମାନ ମହିଳାଙ୍କ ‘ଖୁଲା’ କୁ ନେଇ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଏଥିପାଇଁ କେବଳ ଫ୍ୟାମିଲି କୋର୍ଟର ସହାୟତା ନେଇପାରିବେ । କୋର୍ଟ କହିଛନ୍ତି, ମୁସଲମାନ ମହିଳାଙ୍କୁ ଶାରିୟା ପରିଷଦକୁ ଯିବାର ଆବଶ୍ୟକତା ନାହିଁ । ହାଇକୋର୍ଟ କହିଛନ୍ତି, ସାରିୟା ଏକ ଘରୋଇ ସଂସ୍ଥା । ସେ ତଲାକକୁ ଶେଷ କରିବା ପାଇଁ କୌଣସି ପ୍ରମାଣ ଦେଇ ପାରିବ ନାହିଁ ।

ତେଣୁ ଶାରିୟା ପରିଷଦ ଦ୍ୱାରା କୌଣସି ବି ସାର୍ଟିଫିକେଟ ଆଇନତଃ ଯୋଗ୍ୟ ନୁହେଁ । କୋର୍ଟ କହିଛନ୍ତି ଯେ ଘରୋଇ ଆଇନ ’ଖୁଲା’ ଦ୍ୱାରା ଶେଷ କରିବାର ଘୋଷଣା ବା ପ୍ରମାଣ ପତ୍ର ଦେଇ ପାରିବେ ନାହିଁ । ଏ ନା ନ୍ୟାୟପାଳ ଅଟନ୍ତି ନା ମଧ୍ୟସ୍ଥ । ଏପରି ବ୍ୟବସ୍ଥା ଉପରେ କୋର୍ଟ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି । ଏ ସମ୍ପର୍କିତ ଏକ ମାମଲାରେ ଆବେଦନକାରୀ ଓ ତାଙ୍କ ପତିଙ୍କୁ ତାମିଲନାଡୁ ପ୍ରାଧିକରଣ ବା ଏକ ଫ୍ୟାମିଲ କୋର୍ଟ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଜାଣନ୍ତୁ କ’ଣ ଏହି ‘ଖୁଲା’

‘ଖୁଲା’ ମୁସଲମାନଙ୍କ ପାଇଁ ଏକ ପ୍ରକାର ତଲାକ ପ୍ରକ୍ରିୟା ଯେଉଁଥିରେ ଜଣେ ମୁସଲମାନ ମହିଳା ତାଙ୍କ ପତିଙ୍କୁ ତଲାକ ଦେଇଥାନ୍ତି । ଏହି ପ୍ରକ୍ରିୟାରେ ମଧ୍ୟ ଉଭୟଙ୍କ ସହମତି ଆବଶ୍ୟକ ହୋଇଥାଏ । ଖୁଲା ପ୍ରକ୍ରିୟା ଦ୍ୱାରା ମହିଳା ନିଜର କିଛି ସମ୍ପତ୍ତି ପତିକୁ ଫେରାଇଥାନ୍ତି ।

କୋର୍ଟ ଆହୁରି କହିଥିଲେ ମୋଗଲ ବା ବ୍ରିଟିସ ଶାସନ ସମୟରେ ‘ଫତଓ୍ଵା’ ଜାରି ହେଉଥିଲା । ହେଲେ ଏହି ସ୍ଥିତି ଏବେ ଆଉ ନାହିଁ । ସ୍ୱାଧୀନ ଭାରତରେ ଏହାର କୌଣସି ସ୍ଥାନ ନାହିଁ ବୋଲି କୋର୍ଟ କହିଥିଲେ । ଫଳରେ କୋର୍ଟ ‘ଖୁଲା’ ଦ୍ୱାରା ଏକ ବିବାହକୁ ଶେଷ କରିବାର ଏକ ପ୍ରମାଣ ପତ୍ରକୁ ବନ୍ଦ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.