ମହାରାଷ୍ଟ୍ର ଭିୱଣ୍ଡିରେ ଭୁଶୁଡ଼ିଲା ୪ ମହଲା କୋଠା, ୨ ମୃତ ୫ ଗୁରୁତର

ମହାରାଷ୍ଟ୍ର ଭିୱଣ୍ଡିରେ ଭୁଶୁଡ଼ିଲା ୪ ମହଲା କୋଠା । ଗତକାଲି ବିଳମ୍ବିତ ରାତିରେ ଭିୱଣ୍ଡିର ଶାନ୍ତିନଗରରେ ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ଲୋକ କୋଠା ତଳେ ଚାପି ହୋଇ ରହିଥିବାର ସୂଚନା ମିଳିଛି । ପୋଲିସ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ ଭିୱଣ୍ଡିରେ କୋଠାର କଲମ ହଲିବାରେ ଲାଗିଥିଲା । ଏକଥା ଜଣାପଡ଼ିବା ପରେ ତୁରନ୍ତ ବିଲ୍ଡିଂକୁ ଖାଲି କରିଦିଆଯାଇଥିଲା । ହେଲେ ବିଲ୍ଡିଂ ଖାଲି କରିବା ପୂର୍ବରୁ ଦୁର୍ଘଟଣା ଘଟିଲା ।

ଏହାସହ ପଢନ୍ତୁ: ପାକିସ୍ତାନରୁ ଆସିଥିବା ଦୁଇ ହିନ୍ଦୁ ଭାରତରେ କଲେ ବିବାହ

ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦାବି ହୋଇଛି, ବିଲ୍ଡିଂ ହଲିବା ଖବର ଜଣାପଡ଼ିବା ପରେ ବିଲ୍ଡିଂକୁ ଖାଲି କରାଯାଇଥିଲା । ହେଲେ ବିନା ଅନୁମତିରେ କିଛି ଲୋକ ଭିତରକୁ ଯାଇଥିଲେ । ଆଉ ଏହି ସମୟରେ ଭୁଶୁଡ଼ିଗଲା ଚାରି ମହଲା କୋଠା । ପାଖାପାଖି ୧୫ ଜଣ ବିଲ୍ଡିଂ ତଳେ ଫସିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ କିଛି ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭିଓ୍ଵଣ୍ଡି-ନିଜାମପୁର ମୁନିସିପାଲ୍ କର୍ପୋରେସନ୍ କମିସନର୍ ସୂଚନା ଅନୁସାରେ ଆଠବର୍ଷ ତଳର କୋଠାଘରଟି ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଘଟଣାର ତଦନ୍ତ କରାଯିବ ବୋଲି ମୁନିସିପାଲ୍ କର୍ପୋରେସନ୍ କମିସନର୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.