ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା, ତୃତୀୟ ଥର ପାଇଁ କୋଭିଡ୍‌ର ଶିକାର

ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ କୋଭିଡ୍‌ର ଶିକାର ହୋଇଛନ୍ତି। ବର୍ତ୍ତମାନ ପୁଣିଥରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପୁଣେସ୍ଥିତ ବାସଭବନରେ ଆଇସୋଲେସନରେ ରଖାଯାଇଛି।

ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ କୋଭିଡ୍‌ର ଶିକାର ହୋଇଛନ୍ତି। ବର୍ତ୍ତମାନ ପୁଣିଥରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପୁଣେସ୍ଥିତ ବାସଭବନରେ ଆଇସୋଲେସନରେ ରଖାଯାଇଛି। ନାଗପୁର ବିଧାନସଭା ଅଧିବେଶନ ସମୟରେ କରାଯାଇଥିବା କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଧନଞ୍ଜୟ ମୁଣ୍ଡେ ଗତ କିଛି ଦିନ ଧରି କାଶରେ ପୀଡିତ ଥିଲେ। ତେଣୁ ଦୁଇ ଦିନ ତଳେ ନାଗପୁର ସମ୍ମିଳନୀ ପରେ ସେ ନିଜର କରୋନା ଟେଷ୍ଟ୍‍ କରାଇଥିଲେ। ତାଙ୍କ ରିପୋର୍ଟ ଏବେ ପଜିଟିଭ ଆସିଛି। ମୁଣ୍ଡେ ବର୍ତ୍ତମାନ ତାଙ୍କ ଘରେ ଆଇସୋଲେସନରେ ଅଛନ୍ତି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ଵାର ସୋମବାର ଏହି ସୂଚନା ଦେଇଛନ୍ତି। ଅଜିତ୍‌ ପାଓ୍ଵାର କହିଛନ୍ତି, କୋଭିଡ–୧୯କୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ମୋର ଜଣେ କ୍ୟାବିନେଟ ସହକର୍ମୀ ଧନଞ୍ଜୟ ମୁଣ୍ଡେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ପ୍ରଶାସନ ରାଜ୍ୟରେ ସତର୍କତା ଅବଲମ୍ବନ କରୁଛି ଏବଂ ଏହାର ପ୍ରସାରକୁ ରୋକିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.