ସମୁଦ୍ର ତଳେ ଲୁଚି ରହିଛନ୍ତି ଏଲିଅନ୍ସ ! ନାସାର ପୂର୍ବତନ ରିସର୍ଚ୍ଚରଙ୍କ ନୂଆ ଦାବି

ନାସାର ପୂର୍ବତନ ରିସର୍ଚ୍ଚରଙ୍କ କହିବା ଅନୁସାରେ ୟୁଏଫଓର ପାଇଲଟ ଆମ ମହାସାଗର ତଳେ ଲୁଚି ରହିଛନ୍ତି । ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ନାସାର ଆମିସ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିବା ପ୍ରତିଷ୍ଠିତ ଶିକ୍ଷାବିଦ୍‌ କେଭିନ୍‌ ନୁଥ ଏଭଳି କିଛି ଭିନ୍ନ ଦାବି କରିଛନ୍ତି ।

ଏଲିଅନ୍ସକୁ ନେଇ ଅନେକ ନୂଆ ନୂଆ ତଥ୍ୟ ବାରମ୍ବାର ସାମ୍ନାକୁ ଆସେ । ଲୋକମାନେ ମଧ୍ୟ ଏଲିଅନ୍ସକୁ ନେଇ ପ୍ରତ୍ୟେକ କାହାଣୀ ଜାଣିବାକୁ ଇଚ୍ଛା କରନ୍ତି । ତେବେ ୟୁଏଫଓ ଦ୍ୱାରା ଏଲିଅନ୍ସମାନେ ଆମ ପୃଥିବୀକୁ ବାରମ୍ବାର ଆସୁଥିବା ମଧ୍ୟ ଦାବି କରାଯାଏ । ବ୍ରିଟେନରେ ୨.୫ ବର୍ଷ ମଧ୍ୟରେ ପାଖାପାଖି ୧୦୦୦ଟି ୟୁଏଫଓ ଦେଖାଯାଇଥିବା ଦାବି କରାଯାଇଛି । ଏହାରି ମଧ୍ୟରେ ନାସାର ଜଣେ ପୂର୍ବତନ ରିସର୍ଚ୍ଚର ଏକ ଭିନ୍ନ ଦାବି କରିଛନ୍ତି । ଯାହା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ନାସାର ପୂର୍ବତନ ରିସର୍ଚ୍ଚର ଯେଉଁ ତଥ୍ୟ ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ନୂଆ । ତେବେ ଆସନ୍ତୁ ଜାଣିବା ଏହି ରିସର୍ଚ୍ଚର କିଏ ଏବଂ ସେ କେଉଁ ପ୍ରକାରର ତଥ୍ୟକୁ ନେଇ ଦାବି କରିଛନ୍ତି ।

ନାସାର ପୂର୍ବତନ ରିସର୍ଚ୍ଚରଙ୍କ କହିବା ଅନୁସାରେ ୟୁଏଫଓର ପାଇଲଟ ଆମ ମହାସାଗର ତଳେ ଲୁଚି ରହିଛନ୍ତି । ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ନାସାର ଆମିସ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିବା ପ୍ରତିଷ୍ଠିତ ଶିକ୍ଷାବିଦ୍‌ କେଭିନ୍‌ ନୁଥ ଏଭଳି କିଛି ଭିନ୍ନ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ଏଲିଅନ୍ସମାନେ ମହାକାଶ ବଦଳରେ ପୃଥିବୀରେ ଥିବା ଗଭୀର ମହାସାଗର ତଳେ ଲୁଚି ରହିଛନ୍ତି ଏବଂ ମଣିଷମାନଙ୍କ ଉପରେ ସେମାନେ ନଜର ରଖୁଛନ୍ତି ।

ସେ କହିଛନ୍ତି ଯେ, ଯଦି ଏଲିଅନ୍ସମାନେ ଲୁଚି ରହିବାକୁ ଚାହାନ୍ତି ତେବେ ସମୁଦ୍ର ସେମାନଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ହେବ । ଏମାନେ ସମୁଦ୍ର ତଳେ ବେସ୍‌ ପ୍ରସ୍ତୁତ କରି ରହୁଥିବେ । ଏଭଳି କହିବାର ଏକ ସ୍ୱତନ୍ତ୍ର କାରଣ ରହିଛି । ଆମ ପୃଥିବୀର ୭୫ ଭାଗ ଜଳରେ ପରିବେଷ୍ଟିତ ଏବଂ ଏହି ପାଣିକୁ ଆମେ ବ୍ୟବହାର ମଧ୍ୟ କରି ନଥାଉ ଯେଉଁ କାରଣରୁ ଏଲିଅନ୍ସମାନେ ଏଠାରେ ଲୁଚିବା ବହୁତ ସହଜ ହେବ । ନିକଟରେ ଦେଖାଯାଇଥିବା ଅନେକ ୟୁଏଫଓରେ ଏଭଳି ବିମାନ ସାମିଲ ରହିଥିଲା ଯାହା ଉଭୟ ଆକାଶ ଏବଂ ପାଣିରେ ଚାଲି ପାରିବ । ତେଣୁ ଏଲିଅନ୍ସମାନେ ସମୁଦ୍ରରେ ଲୁଚି ରହିଥିବା ଆଶଙ୍କା କରାଯାଉଛି ।

କେଭିନ୍‌ ଙ୍କ କହିବା ଅନୁସାରେ ବାୟୁମଣ୍ଡଳରେ ହିଟ୍‌ କ୍ୟାପାସିଟି କମ୍ ଥାଏ ତେଣୁ ତାପମାତ୍ରାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ । ଗୋଟିଏ ଗ୍ରହର ତାପମାତ୍ରା ତୁଳନାରେ ଅନ୍ୟ ଗ୍ରହର ବାୟୁମଣ୍ଡଳର ତାପମାତ୍ରାରେ ବହୁତ ଭିନ୍ନତା ଥାଏ । ତେଣୁ ଭୂପୃଷ୍ଠରେ ରହିବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଯାଏ । କିନ୍ତୁ ଯଦି ଏଲିଅନ୍ସମାନେ ସମୁଦ୍ର ତଳେ ରୁହନ୍ତି, ତେବେ ସମୁଦ୍ରରୁ ଅନ୍ୟ ଗ୍ରହକୁ ଯିବା ତାଙ୍କ ପାଇଁ ସହଜ ହେବ । ମହାସାଗରର ତାପମାତ୍ରା ୩୨ ଡିଗ୍ରୀରୁ ୨୧୨ ଡିଗ୍ରୀ ଫାରେନ୍ ହାଇଟ୍ ମଧ୍ୟରେ ରହିଥାଏ । ତେଣୁ ସମୁଦ୍ରରୁ ଅନ୍ୟ ଗ୍ରହକୁ ଯିବାବେଳେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନଥାଏ । ଯେଉଁଥିପାଇଁ ଏଲିଅନ୍ସମାନେ ସମୁଦ୍ର ତଳେ ଲୁଚି ରହିଛନ୍ତି ବୋଲି ଏହି ରିସର୍ଚ୍ଚର ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.