ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ, ଆଖି ପିଛୁଳାକେ ଚାଲିଗଲା ୯ ଜୀବନ

ଭୟଙ୍କର ଦୁର୍ଘଟଣା । ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ। ଫଳରେ ଆଖି ପିଛୁଳାକେ ଚାଲିଗଲା ୯ ଜୀବନ । ପ୍ରାୟ ୧୮ ଜଣ ଲୋକ ଗୁରୁତର ଆହତ ହୋଇଥିବାର ଖବର ଆସିଛି । ଆହତମାନଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିହାର : ଭୟଙ୍କର ଦୁର୍ଘଟଣା । ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ। ଫଳରେ ଆଖି ପିଛୁଳାକେ ଚାଲିଗଲା ୯ ଜୀବନ । ପ୍ରାୟ ୧୮ ଜଣ ଲୋକ ଗୁରୁତର ଆହତ ହୋଇଥିବାର ଖବର ଆସିଛି । ଆହତମାନଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିହାର ଲଖିସରାୟ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୧୫ ଜଣ ଲୋକ ଏକ ଅଟୋରେ ଯାତ୍ରା କରୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା । ଯେଉଁ କାରଣରୁ ଅଟୋଟି ପୁରା ଚୁରମାର ହୋଇଯାଇଥିଲା । ସେପଟେ ମୃତକମାନେ ସମସ୍ତେ ମୁଙ୍ଗେର ଓ ଲଖିସରାୟ ଅଞ୍ଚଳର ହୋଇଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ପରିଚୟ ସ୍ପଷ୍ଟ ହୋଇପାରିନି । ଖବର ପାଇ ଜିଲ୍ଲାର ଏସପି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.