ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା: ଗଭୀର ଖାଇରେ ଖସିଲା ଯାତ୍ରୀବାହୀ ବସ, ୩୨ ମୃତ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବରଯାତ୍ରୀ ବସ୍ ସିମଡି ଗ୍ରାମ ନିକଟରେ ଏକ ଗଭୀର ଖାତରେ ଖସି ପଡିଥିଲା । ଫଳରେ ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ୨୧ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ବେଳେ ୬ ଜଣ ଯାତ୍ରୀ ଆହତ ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ, ଏହି ବରଯାତ୍ରୀ ବସଟି ହରିଦ୍ବାର ଜିଲ୍ଲାର ଲାଲଢାଙ୍ଗରୁ ପୌରି ଜିଲ୍ଲାର ବୀରଖାଲକୁ ଯାଉଥିଲା । ବସଟି ବରଯାତ୍ରୀଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । ରାସ୍ତାରେ ବସ ଅଚାନକ ଭାରସାମ୍ୟ ହରାଇ ଘାଇକୁ ଖସିଯାଇଥିଲା । ଫଳରେ ଏତେ ବଡ ଅଘଟଣ ଘଟିଯାଇଛି ।

ଘଟଣା ଖବର ପାଇବା ପରେ ଧୁମାକୋଟ ପୋଲିସ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି “ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ଦଳ ଦୁର୍ଘଟଣାସ୍ଥଳକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବଳର ଯବାନମାନଙ୍କୁ ଉଦ୍ଧାର ପାଇଁ ପଠାଯାଇଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ସାହାଯ୍ୟ କରୁଛନ୍ତି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.