ଆଜି ବିଜୟା ଦଶମୀ, ମହାଆଡମ୍ବରରେ ଚାରିଆଡ଼େ ଚାଲିଛି ମାଆ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ପୂଜା

ଭୁବନେଶ୍ୱର (କେନ୍ୟୁଜ): ଚାରିଆଡ଼େ ପାର୍ବଣର ପୁଲକ । ଆଧ୍ୟାତ୍ମିକତାର ମହକ । ମହା ଆଡ଼ଆମ୍ବରରେ ଚାଲିଛି ମାଆ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ। ରଙ୍ଗୀନ ଆଲୋକ ମାଳାରେ ଝଲସିଉଠୁଛି ।

ସୁଉଚ୍ଚ ତୋରଣ, ମେଢ଼ ଦେଖି ଲାଖି ଯାଉଛି ଆଖି । ସୁନା, ଚାନ୍ଦି ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ସନ୍ଧ୍ୟା ହେଲେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.