କର୍ଣ୍ଣାଟକ ହିଜାବ ବିବାଦରେ ମଲାଲା ୟୁସୁଫଜାଇ ଦେଲେ ନିଜ ମନ୍ତବ୍ୟ, ଶିକ୍ଷା ଗ୍ରହଣ କରିବା ସମସ୍ତଙ୍କ ଅଧିକାର

ବର୍ତ୍ତମାନ କର୍ଣ୍ଣାଟକରେ ମୁସଲମାନ୍ ଛାତ୍ରୀମାନେ ପିନ୍ଧୁଥିବା ହିଜାବକୁ ନେଇ ଆନ୍ଦୋଳନ ଚାଲିଛି। କର୍ଣ୍ଣାଟକରେ ହିଜାବ ବିବାଦ ବର୍ତ୍ତମାନ ସାରା ଦେଶରେ ବ୍ୟାପିଗଲାଣି । ଏହି ବିବାଦ ଉପରେ ଅନେକ ମତ ଦେଉଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି। କର୍ଣ୍ଣାଟକରେ ଏହି ହିଜାବ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜକୁ ତିନି ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ପାକିସ୍ତାନର ସମାଜସେବୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ମଧ୍ୟ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଝିଅମାନଙ୍କୁ ସ୍କୁଲ ଯିବା ବନ୍ଦ କରିବା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହା ଏକ ଭୁଲ୍ କାମ, କାରଣ ପୋଷାକ ଓ ଧର୍ମ ପାଇଁ ଝିଅଙ୍କ ଶିକ୍ଷାକୁ ରୋକିବା ଲଜ୍ୟାଜନକ ଅଟେ।

 

ଏହା ଏକ ନିନ୍ଦନୀୟ ଘଟଣା ଅଟେ। କାରଣ ଅନେକ ସ୍ଥାନରେ ମହିଳାଙ୍କୁ ଛୋଟ ପୋଷାକ ପିନ୍ଧିବା ନେଇ ପାଇଁ ଆପତ୍ତି କରାଯାଇଥାଏ। ଯାହାକି ଭୁଲ୍ ଅଟେ କିନ୍ତୁ ଏଠାରେ ନିଜର ଧର୍ମ ବିରୁଦ୍ଧରେ ଯାଇ ଶିକ୍ଷା ଗ୍ରହଣ କରିବାକୁ କୁହାଯାଉଛି । ତେଣୁ ଭାରତୀୟ ନେତାମାନେ ମୁସଲମାନ ମହିଳାମାନଙ୍କ ପ୍ରତି ଏପରି ବ୍ୟବହାରକୁ ବନ୍ଦ କରିବା ଦରକାର। କାରଣ ଶିକ୍ଷା ସମସ୍ତଙ୍କ ଅଧିକାର ତେଣୁ ପୋଷାକ ପାଇଁ ଏହାକୁ ରୋକିବା ଲଜ୍ୟାଜନକ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ସମେତ ସାରା ବିଶ୍ୱରେ ଝିଅମାନଙ୍କ ସପକ୍ଷରେ ଓ ତାଙ୍କ ଶିକ୍ଷାଗତ ଅଧିକାର ପାଇଁ ମଲାଲା ୟୁସୁଫଜାଇ ସ୍ୱର ଉତ୍ତୋଳନ କରନ୍ତି। ୨୦୧୧ ମସିହାରେ, ତାଲିବାନ ତାଙ୍କୁ ଗୁଳି ଚଳାଇଥିଲା ଯେତେବେଳେ ସେ ମହିଳାଙ୍କ ଶାସନ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ସେତେବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା, ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରିଟେନକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ୨୦୧୪ ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥି ସହିତ କର୍ଣ୍ଣାଟକରେ ହିଜାବ ବିବାଦ ଉପରେ ମଧ୍ୟ ସେ ତାଙ୍କର ମତ ଦେଇଛନ୍ତି। କାରଣ ପୋଷାକକୁ ନେଇ ପାଠ ପଢ଼ିବାରେ କୌଣସି ସମ୍ପର୍କ ନାହିଁ। ପୁଣି ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା ସମର୍ଥିତ ଯୁବକ ହିନ୍ଦୁମାନେ ସାଫ୍ରନ୍ କପଡାର ଗାମୁଛା ପିନ୍ଧି କୌଣସି ହିଜାବ ପିନ୍ଧିଥିବା ମହିଳାଙ୍କୁ କଲେଜ ଭିତରକୁ ପ୍ରବେଶ କରାଇଦେଉନାହାଁନ୍ତି। ଏହାକୁ ନେଇ ଅନେକ ସ୍ଥାନରେ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ମଲାଲା ଏପରି ଘଟଣାକୁ ନିନ୍ଦା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.