କୋଲକାତା ପୋଲିସ-ସିବିଆଇ ମୁହାଁମୁହିଁ ପ୍ରସଙ୍ଗ : ମମତାଙ୍କ ସମର୍ଥନରେ ବିରୋଧୀ ଦଳ

କୋଲକାତା : କୋଲକାତା ପୋଲିସ-ସିବିଆଇ ମୁହାଁମୁହିଁ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମମତାଙ୍କୁ ଫୋନ୍ କରି ସମର୍ଥନ ଜଣାଇଛନ୍ତି । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଉମର ଅବଦୁଲ୍ଲା, ମାୟାବତୀ, ଶରଦ ଯାବଦ ଓ ଚନ୍ଦ୍ରବାବୁ ନାଇଡୁ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ।

ଆଜି ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଓ ଅଖିଳେଶ ଯାଦବ କୋଲକାତା ଆସିପାରନ୍ତି । ସେପଟେ ଆଜି ସଂସଦରେ ଟିଏମ୍ସି ସଦସ୍ୟମାନେ ହଙ୍ଗାମା କରିପାରନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସଂସଦ ବାହାରେ ମଧ୍ୟ ପ୍ରଦର୍ଶନ ପାଇଁ କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆଜି ଦିଲ୍ଲୀ ଆସୁଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ଟିପ୍ପଣୀ ଆସିବା ପରେ ବିରୋଧୀ ନିଜର ପରବର୍ତ୍ତୀ ରଣନୀତି ଗ୍ରହଣ କରିବେ ।

Leave A Reply

Your email address will not be published.