ମମତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଆଦେଶ କଲେ କଲିକତା ହାଇକୋର୍ଟ

ମମତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା। ଏହି ଜରିମାନା କରିଛନ୍ତି କଲିକତା ହାଇକୋର୍ଟ । ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣିରୁ ବିଚାରପତି ଜଷ୍ଟିସ୍‌ କୌଶିକ ଚନ୍ଦାଙ୍କୁ ଅଲଗା ରଖିବାକୁ ଆବେଦନ କରିଥିଲେ ମମତା ବାନାର୍ଜୀ । ଜଷ୍ଟିସ୍‌ ଚନ୍ଦାଙ୍କର ବିଜେପି ସହ ସଂପର୍କ ଥିବା ମମତା ଅଭିଯୋଗ କରିଥିଲେ।

ତେବେ ଟିଏମ୍‌ସି ବସ୍‌ଙ୍କ ଏହି ଆବେଦନକୁ ନିଜେ ଜଷ୍ଟିସ୍‌ ଚନ୍ଦା ଖାରଜ କରି ଦେଇଥିଲେ। କିନ୍ତୁ ନିଜର ବିବେକ ଦୃଷ୍ଟିରୁ ସେ ନିଜେ ଏହି ମାମଲାରୁ ଓହରି ଯାଇଛନ୍ତି ଓ ଅନ୍ୟ ଖଣ୍ଡପୀଠକୁ ମାମଲା ହସ୍ତାନ୍ତର କରିଛନ୍ତି । ବିଚାରପତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବାରୁ ତାଙ୍କୁ ଜରିମାନା କରାଯାଇଥିବା କୋର୍ଟ ନିର୍ଦ୍ଦେଶରେ କୁହାଯାଇଛି। ପୂର୍ବରୁ ଜଷ୍ଟିସ୍‌ ଚନ୍ଦାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ନଦେବାକୁ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ ମମତା ବାନାର୍ଜୀ । ବିଜେପି ସହ ତାଙ୍କର ସଂପର୍କ ଥିବା ଅଭିଯୋଗ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.