Below header

ଛାଡପତ୍ର ବେଳେ ପତ୍ନୀଙ୍କୁ ପଇସା ଦେବେନାହିଁ, ସେଥିପାଇଁ ୫ କୋଟି ଟଙ୍କା ନିଆଁ ଲଗାଇ ଜାଳିଦେଲେ ବ୍ୟକ୍ତି

ସାଧାରଣତଃ ବୈବାହିକ ଜୀବନରେ ତିକ୍ତତା ଆସିଲେ କଥା ଛାଡପତ୍ର ପର୍ଯ୍ୟନ୍ତ ଚାଲିଯାଇଥାଏ । ତେବେ ଏହି ଛାଡପତ୍ର ବା ଡିଭୋର୍ସ ସମୟରେ ଉଭୟ ପତି, ପତ୍ନୀଙ୍କର ସତ୍ୟତା ବାହାରକୁ ଆସିଥାଏ । ଭିତରେ ସେମାନଙ୍କ ମଧ୍ୟରେ ଯାହା ଥିଲେ ବି ବାହାରକୁ ପରସ୍ପର ପରସ୍ପର ପ୍ରତି ଅତି କଠୋର ହୋଇଯାଇଥାନ୍ତି । ଯାହା ପୂର୍ବରୁ ଦୁହିଁଙ୍କର ହୋଇଥାଏ ଛାଡପତ୍ର ସମୟରେ ଏହା ଅଲଗା ଅଲଗା ହୋଇଯାଇଥାଏ । ତେବେ କାନାଡ଼ାରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ବିଜନେସମ୍ୟାନ ଛାଡପତ୍ର ସମୟରେ ନିଜ ପତ୍ନୀଙ୍କୁ ପଇସା ଦେବେନାହିଁ ବୋଲି ୧ ମିଲିୟନ ଡଲାର ବା ୫ କୋଟି ଟଙ୍କା ନିଆଁ ଲଗାଇ ଜାଳି ଦେଇଛନ୍ତି ।

i

ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ହେଉଛି Bruce McConville । ଯେତେବେଳେ କୋର୍ଟରେ ତାଙ୍କୁ ନିଜ ପତ୍ନୀଙ୍କୁ ପଇସା ଦେବବାପାଇଁ କୁହାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ବ୍ୟାଙ୍କରୁ ସମସ୍ତ ପଇସା ଉଠାଇ ତାକୁ ନିଆଁ ଲଗାଇ ପୋଡିଦେଇଛନ୍ତି । ତେବେ ଏହି କଥା ଉପରେ କେହି ବି ବିଶ୍ୱାସ କରିନଥିଲେ । ତାପରେ ସେ ବ୍ୟାଙ୍କରୁ ଉଠାଇଥିବା ସମସ୍ତ ଟଙ୍କାର ରିସିପ୍ଟ ଦେଖାଇଥିଲେ । ଏହାସହିତ ବୃସ କହିଥିଲେ ବ୍ୟାଙ୍କରେ ତାଙ୍କର ସମୁଦାୟ ୬ଟି ଆକାଉଣ୍ଟ ଥିଲା ଯେଉଁଥିରେ ସେ ପାଖାପାଖି ୧ ମିଲିୟନ ଡଲାର ଜମା କରିଥିଲେ । ତେବେ ନିଜର ପ୍ରପର୍ଟିକୁ ବିକି ସଂଚୟ କରିଥିବା ସମସ୍ତ ଟଙ୍କାକୁ ସେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ବୋଲି କହିଥିଲେ ।

Image result for man-burns-rs-5-crore-to-avoid-paying-money-to-ex-wife-news-from-canada

ବୃସଙ୍କ ଏହି କାର୍ଯ୍ୟକଳାପ ଯୋଗୁଁ କୋର୍ଟ ଏହାକୁ କେବଳ ବ୍ୟକ୍ତିଗତ ନୁହେଁ ବରଂ ସାର୍ବଜନିକ ଭାବେ ଦାୟିତ୍ତ୍ୱହୀନତା ବୋଲି ଦର୍ଶାଇ 30 ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ଏହା ସହିତ ତାଙ୍କ ଉପରେ 2000 କାନାଡିୟନ ଡ଼ଲାରର ଜରିମାନା ମଧ୍ୟ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.