ବିହାରର ଶିକ୍ଷୟିତ୍ରୀଙ୍କ ‘ଯାଦୁଗରୀ କାଲକୁଲେଟର’ର ଭିଡିଓ ଭାଇରାଲ, ଟ୍ଵିଟ୍‌ କରି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ଓ ଶାହାରୁଖ ଖାନ୍‌

ବିହାରର ଜଣେ ଶିକ୍ଷୟିତ୍ରୀଙ୍କର ଏକ ଖୁବ୍‌ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଶିକ୍ଷୟିତ୍ରୀ ହାତକୁ କାଲକୁଲେଟର ଭାବେ ବ୍ୟବହାର କରି ଖୁବ୍‌ ସହଜରେ ନଅକ ପଣିକିଆ ବୁଝାଉଥିବା ଦେଖିବାକୁ ମିଳିଛି।
କେବଳ ହାତର ଆଙ୍ଗୁଠି ବ୍ୟବହାର କରି ସରଳ ଉପାୟରେ ଗଣିତର ଫର୍ମୁଲା ବୁଝାଉଥିବା ଏହି ଶିକ୍ଷୟିତ୍ରୀଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ବଲିଉଡ୍‌ର ସୁପରଷ୍ଟାର ଶାହରୁଖ ଖାନ୍‌ ଏହି ଶିକ୍ଷୟିତ୍ରୀଙ୍କ ଜ୍ଞାନକୁ ପ୍ରଶଂସା କରି ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଅନ୍ୟପଟେ ବିଜନେସ୍‌ ଟାଇକୁନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶିକ୍ଷୟିତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିବା ଦେଖାଯାଇଛି।

Image result for bihar-teacher-innovative-math-teaching-goes-viral-on-social-media

ଆନନ୍ଦ ମହିନ୍ଦ୍ରା ଟ୍ଵିଟରରେ ଭିଡିଓ ସେୟାର କରି ଲେଖିଛନ୍ତି ଏମିତି ସୁନ୍ଦର ସର୍ଟକଟ୍‌ ଆଗରୁ କେବେ ବି ଦେଖିନଥିଲି। ଇଏ ମୋ ଗଣିତ ଶିକ୍ଷୟିତ୍ରୀ ହୋଇଥାନ୍ତେ କି, ମୁଁ ବି ଗଣିତରେ ଆହୁରି ଭଲ କରିଥାନ୍ତି।

ଅନ୍ୟପଟେ ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ ମଧ୍ୟ ଶିକ୍ଷୟିତ୍ରୀଙ୍କ ଭିଡିଓକୁ ସେୟାର କରି ଲେଖିଛନ୍ତି ଏହି ସରଳ ଉପାୟରେ କାଲକୁଲେସନ୍‌ କରିବା ଦ୍ୱାରା ମୋ ଜୀବନର କେତେକ ସମସ୍ୟା ସମାଧାନ ହୋଇଛି। ମୁଁ ଏହାକୁ ବାୟଜୁସ୍‌କୁ ପଠାଉଛି ଫଳରେ ସେମାନେ ବି ଏହାକୁ ନିଜ ପ୍ରୋଗ୍ରାମ୍‌ରେ ସାମିଲ କରିପାରିବେ।

ସୂଚନାଯୋଗ୍ୟ ଯେ ଭିଡିଓରେ ଥିବା ଶିକ୍ଷୟିତ୍ରୀଙ୍କ ନାଁ ରୁବି କୁମାରୀ ଓ ସେ ବିହାରର ବାଙ୍କା ଜିଲ୍ଲାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ତାଙ୍କ ଭିଡିଓ ଭାଇରାଲ ହେବା ପରେ ରୁବି ଉଭୟ ଆନନ୍ଦ ମହିନ୍ଦ୍ରା ଓ ଶାହାରୁଖ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଥିବା ଜଣାଯାଇଛି।

Leave A Reply

Your email address will not be published.