Below header

ଏମିତି ଚଢିଲା ସତ୍ତାର ନିଶା ଯେ ମୋବାଇଲ୍ ଟାୱାରରେ ଚଢିଗଲେ ବ୍ୟକ୍ତି, କହିଲେ ମତେ କର ପାକିସ୍ତାନ ପ୍ରଧାନମନ୍ତ୍ରୀ

ସବୁ ନିଶାଠୁ ବଡ଼ ହେଉଛି ସତ୍ତା ଏବଂ କ୍ଷମତାର ନିଶା । ଥରେ ଯିଏ ଏହାର ସ୍ବାଦ ଚାଖିଛି ସେ ଜାଣିଛି । ସେମିତି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାର ନିଶା ଏମିତି ଚଢିଲା ଯେ ସେ ନିଜେ ଚଢିଗଲେ ମୋବାଇଲ୍ ଟାୱାରରେ । ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଦାବି କରିବାକୁ ଲାଗିଲେ । ଏପରିକି ପ୍ରଧାନମନ୍ତ୍ରୀ ହେଲେ ଦେଶକୁ ରୁଣମୁକ୍ତ କରିଦେବେ ବୋଲି ମଧ୍ୟ କହିଥିଲେ । ଏହି ବ୍ୟକ୍ତିଙ୍କ ନାଁ ହେଉଛି ମହମ୍ମଦ ଓବାସ୍ ।

Man-climbsସୂଚନା ଅନୁସାରେ ହାତରେ ପାକିସ୍ତାନର ପତାକା ଧରି ଇସଲାମବାଦର ବ୍ଲୁ ଏରିଆସ୍ଥିତ ଏକ ଟାୱାରରେ ଚଢିଯାଇଥିଲେ ମହମ୍ମଦ । ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଦାବି କରିଥିଲେ । ଯେତେବେଳେ ପୋଲିସ୍ ତାଙ୍କୁ ସେଠାରୁ ଆଣିବାକୁ ଚେଷ୍ଟା କରିଥିଲେ ସେତେବେଳେ ମହମ୍ମଦ କହିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରତିଶ୍ରୁତ ଦିଆନଯାଇଛି ସେ ପର୍ଯ୍ୟନ୍ତ ସେ ଓହ୍ଲାଇବେ ନାହିଁ । ନଚେତ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ସହ ସାକ୍ଷାତ କରାଇବାର ବ୍ୟବସ୍ଥା ସ୍ଥାନୀୟ ଅଧିକାରୀ କରନ୍ତୁ ବୋଲି କହିଥିଲେ ।

ତେବେ ମହମ୍ମଦଙ୍କୁ ତଳକୁ ଓହ୍ଳାଇବା ପାଇଁ ଅଧିକାରୀମାନେ ମିମକ୍ରି କଳାକାର ଶଫାଅତ୍ ଅଲ୍ଲୀଙ୍କୁ ତାଙ୍କ ସହ ଇମରାନଙ୍କ କଣ୍ଠରେ କଥା ହେବା ପାଇଁ କହିଥିଲେ । ଆଉ ମଜା କଥା ହେଉଛି ବ୍ୟକ୍ତି ଜଣକ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବି ପ୍ରାୟ ୫ ମିନିଟ୍ ଯାଏଁ ଶଫାଅତଙ୍କ ସହ କଥା ହୋଇଥିଲେ । ଏହା ପରେ ତଳକୁ ଓହ୍ଲାଇଥିଲେ । ତେବେ ପରେ ଜଣାପଡିଥିଲା ଯେ ବ୍ୟକ୍ତି ଜଣକ ମାନସିକ ଭାରସାମ୍ୟ ହରାଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.