Below header

ବାହାଘର ବାହାନା : ଆମ୍ବଲାନ୍ସରେ ଯାଇ କନିଆ ଧରି ଫେରିଲେ ଯୁବକ, ନବଦମ୍ପତି ଏବେ କ୍ୱାରେଣ୍ଟିନ୍‌ରେ

ଲକଡାଉନରେ ବିବାହ କରିବା ଏକ ନୂଆ ଟ୍ରେଣ୍ଡ ହୋଇଗଲାଣି। କିଏ ବଜାରକୁ ପରିବା କିଣିବାକୁ ଯାଇ ଘରକୁ କନିଆଁ ନେଇ ଆସିଲାଣି ତ ଆଉ କିଏ ସାଇକେଲରେ ବସାଇ ନିଜ ନବବଧୂକୁ ଆଣିଲେଣି। ଏଥିରୁ ଜଣା ପଡୁଛି ଆମ ଦେଶରେ ‘ଖତରୋଁ କେ ଖିଲାଡିଙ୍କ’ ଅଭାବ ନାହିଁ। ଉପରୋକ୍ତ ଖବର ତ ଆପଣ ଶୁଣି ସାରିଛନ୍ତି କିନ୍ତୁ ଏବେ ଯେଉଁ ଖବର ଆପଣଙ୍କୁ ଜଣାଇବୁ ତାକୁ ଜାଣିଲେ ଆପଣ ତାଜୁବ ହୋଇଯିବେ ।

ଉତ୍ତରପ୍ରଦେଶର ମୁଜ୍ଜ୍ଵଫରନଗରର ଜଣେ ଯୁବକ ବିବାହ କରିବା ପାଇଁ ନିଜକୁ ରୋଗୀ ବନାଇ ଦେଇଛନ୍ତି। ଆଉ ଆମ୍ବୁଲାନ୍ସରେ ଯାଇ ଗାଜିଆବାଦର ସହିଦ ନଗରରୁ କନିଆଁ ନେଇ ଆସିଛନ୍ତି।

bride1ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ନିଜ ବାପାଙ୍କ ସହିତ ମିଶି ଜଣେ ପରିଚିତ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହିତ ରୋଗୀ ହୋଇ ଗାଜିଆବାଦ ସହିଦନଗର ଇଲାକାରୁ ବିବାହ କରିବାକୁ ପହଞ୍ଚିଥିଲେ। ସେ ବିବାହ କରି ନିଜ କନିଆଁକୁ ଘରକୁ ନେଇ ଫେରିଥିଲେ।

ଯୁବକ ଜଣଙ୍କ ଯେଉଁ ଇଲାକାରେ ରୁହନ୍ତି ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପୂର୍ବରୁ ହିଁ ସିଲ କରିଛି। କାହିଁକିନା ସେଠାରେ କିଛି କରୋନା ସଂକ୍ରମିତ ବାହାରିଥିଲେ। ଲକ୍‌ଡାଉନ୍‌ରେ ଅନ୍ୟ ସବୁ ଗାଡ଼ି ଚଳାଚଳ କରିବା ଉପରେ କଟକଣା ଲାଗିଛି । ତେଣୁ ବାହା ହେବାକୁ ଖୁବ୍‌ ବ୍ୟଗ୍ର ଥିବା ଯୁବକ ଜଣକ ଏକ ବୁଦ୍ଧି ପାଞ୍ଚିଲେ । ସ୍ଥିର କଲେ ଯେ ଆମ୍ବୁଲାନ୍ସ ଉପରେ ତ କଟକଣା ନାହିଁ । ତେଣୁ ଏଥିରେ ରୋଗୀ ସାଜି ଚାଲିଗଲେ କେହି ସନ୍ଦେହ ବି କରିବେ ନାହିଁ । ସେଇଆ କଲେ । ଆମ୍ବୁଲାନ୍ସରେ ଗଲେ ଓ ବାହାଘର ସରିବା ପରେ ପତ୍ନୀଙ୍କୁ ଧରି ଘରକୁ ଫେରି ଆସିଲେ ।

ତେବେ ଏହି ମାମଲା ଯେତେବେଳେ ସାମ୍ନାକୁ ଆସିଲା ଜିଲ୍ଳା ପ୍ରଶାସନ ତୁରନ୍ତ ବର କନ୍ୟାଙ୍କୁ କ୍ୱାରେଣ୍ଟିନରେ ରଖିଛି। ଏପଟେ ପୋଲିସ ଯୁବକଙ୍କ ବାପାଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ଆଇପିସି ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.