ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ : କରୋନା ସଂକ୍ରମିତ ଜାଣି ବି ବିକୁଥିଲେ ଭେଜ୍‌ ବିରିୟାନୀ, ଅନ୍ୟ ଜଣେ କ୍ଷୀର

ମେରଠ : ଲଗାତାର ମେରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ଏପଟେ ଠେଲାରେ ବିରିୟାନୀ ବିକୁଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକୁଥିବା ବ୍ୟକ୍ତି ମଧ୍ୟ କରୋନା ପଜେଟିଭ ମିଳିଛନ୍ତି ।

ଯାହାକି ଏବେ ସ୍ୱାସ୍ଥ୍ୟ ବିଭାଗର ଟେନ୍‌ସନ୍‌ ବଢ଼ାଇ ଦେଇଛି । ବାସ୍ତବରେ ଉକ୍ତ ବ୍ୟକ୍ତି କରୋନା ପଜେଟିଭ୍‌ ଥିବା ଜାଣି ମଧ୍ୟ ଠେଲାରେ ବିରିୟାନୀ ବିକୁଥିଲେ ତ ଅନ୍ୟ ଜଣେ ବିକୁଥିଲେ କ୍ଷୀର ।

କେତେଜଣ ଲୋକ ଏହି ଠେଲାରୁ ବିରିୟାନୀ ଖାଇଛନ୍ତି ଓ କେତେଜଣ ଲୋକ କ୍ଷୀର ନେଇଛନ୍ତି ତା’ର ଚେନ୍‌ ଖୋଜିବାରେ ସ୍ୱାସ୍ଥ୍ୟ ବିଭାଗ ଲାଗି ପଡ଼ିଛି । ଏହି ବ୍ୟକ୍ତି ଭୁମିଆ ନିକଟରେ ବିରିୟାନୀ ଠେଲା ଦେଇଥିଲେ । ସେହିପରି ଅନ୍ୟ ଜଣେ କରୋନା ସଂକ୍ରମିତ ଯୁବକ ଦେବପୁରରେ କ୍ଷୀର ବିକୁଥିଲେ ।

ଏହି ବ୍ୟବସାୟୀଙ୍କ ଠାରୁ କେଉଁମାନେ ବିରିୟାନୀ ଓ କ୍ଷୀର ନେଇଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ସେହି ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ନେବା ସହ ସେମାନଙ୍କର କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେବପୁରୀ ଓ ଭୁମିଆ ଇଲାକାରେ ଶୁକ୍ରବାର ୩ ନୂଆ କରୋନା ମାମଲା ଆସିବା ପରେ ଖୋଳତାଡ଼ ହୋଇଥିଲା । ଏହି ଦୁଇ ବ୍ୟକ୍ତି କରୋନା ପଜେଟିଭ ଥାଇ ମଧ୍ୟ ବିରିୟାନୀ ଓ କ୍ଷୀର ବିକୁଥିବା ଜଣାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.