ରିଲ୍‌ କରିବା ନିଶାରେ ଗଭୀର କୂଅରେ ପଡ଼ିଗଲେ ଯୁବକ, ୩୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ

ଆଜିକାଲି ରିଲ୍‌ ନିଶା ସମସ୍ତଙ୍କୁ ଘାରିଛି। ରିଲ୍ ତିଆରି କରିବା ବେଳେ ଲୋକେ ନିଜ ଜୀବନ ବିଷୟରେ ଟିକେ ହେଲେ ବି ଚିନ୍ତା କରୁନାହାନ୍ତି। ଏବେ ମହାରାଷ୍ଟ୍ରରେ ଜଣେ ଯୁବକ ରିଲ୍ ତିଆରି କରୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁବରଣ କରିଛନ୍ତି।

ଆଜିକାଲି ରିଲ୍‌ ନିଶା ସମସ୍ତଙ୍କୁ ଘାରିଛି। ରିଲ୍ ତିଆରି କରିବା ବେଳେ ଲୋକେ ନିଜ ଜୀବନ ବିଷୟରେ ଟିକେ ହେଲେ ବି ଚିନ୍ତା କରୁନାହାନ୍ତି। ଏବେ ମହାରାଷ୍ଟ୍ରରେ ଜଣେ ଯୁବକ ରିଲ୍ ତିଆରି କରୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣା ଘଟିଛି ମହାରାଷ୍ଟ୍ରର ଡୋମ୍ବିଭଲି ନିକଟ ଠାକୁରଲି ଅଞ୍ଚଳରେ। ଏଠାରେ ଏକ ପମ୍ପ୍‌ ହାଉସରେ ଥିବା ଗଭୀର କୂଅରେ ଯୁବକ ଜଣକ ପଡ଼ିଯାଇଥିଲେ।

ପୋଲିସ ସୂଚନା ମୁତାବକ, ମୃତ ଯୁବକଙ୍କ ନାମ ନୁରେନ ଶେଖ, ବୟସ ୨୨ ବର୍ଷ। ସେ ଦୁଇ ସାଙ୍ଗଙ୍କ ସହ ଶନିବାର ସନ୍ଧ୍ୟାରେ ପମ୍ପ ହାଉସରେ ରିଲ ତିଆରି କରିବାକୁ ଯାଇଥିଲେ। ରିଲ୍ ତିଆରି କରୁଥିବା ବେଳେ ନୁରେନ୍‌ ଗଭୀର କୂଅରେ ପଡ଼ିଯାଇଥିଲେ।

ଏହା ପରେ ତାଙ୍କର ଦୁଇ ସାଙ୍ଗ ତୁରନ୍ତ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ୩୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.