ଆସିଲା Mahindra BE.05 EV Car

ମହିନ୍ଦ୍ରା ସେଗମେଣ୍ଟରେ ଯୋଡ଼ି ହେଲା ନୂଆ ଇଲେକଟ୍ରିକ କାର, ଆଡଭାନ୍ସ ଫିଚର୍ସ ସହ ଲୁକ ରହିଛି ଜବରଦସ୍ତ

ଇଲେକଟ୍ରିକ କାର ର ଚାହିଦା ବଜାରରେ ବଢ଼ିବା ମାତ୍ରେ ହିଁ ଏବେ ପ୍ରତ୍ୟେକ କମ୍ପାନୀ ଏହି ରେସ୍‌ ରେ ସାମିଲ ହେଉଛନ୍ତି। ଆଉ ନିଜ ନିଜ ଚେଷ୍ଟାରେ ଗ୍ରାହକଙ୍କ ପାଇଁ କିପରି ବଢ଼ିଆ ମଡେଲର ଇଲେକଟ୍ରିକ ଭେଇକିଲ ବଜାରକୁ ଆଣିବେ ସେ ନେଇ ରେସ୍‌ ଚାଲିଛି। ସବୁଠୁ ବଡ଼ କଥା ହେଉଛି ଏଥିରେ ଥିବା ଫିଚର୍ସ। ଫିଚର୍ସ ଦମଦାର ଥିଲେ ହିଁ ଗ୍ରାହକ ଏହାକୁ ପସନ୍ଦ କରିବେ। ତେଣୁ ଏଥିରେ ମହିନ୍ଦ୍ରା କମ୍ପାନୀ ମଧ୍ୟ ପଛୁଆ ରହିବ କାହିକି?

ଏବେ ମହିନ୍ଦ୍ରା କମ୍ପାନୀ ତରଫରୁ ବଜାରକୁ ଆସିବାକୁ ଯାଉଛି ନୂଆ ଇଭି। ମହିନ୍ଦା ନିଜ ସେଗମେଣ୍ଟରେ ଏକ ନୂଆ ଫିଚର୍ସ ଥିବା ଇଭି ମଡେଲକୁ ଲଞ୍ଚ କରିଛି। କମ୍ପାନୀ Mahindra BE.05 କୁ ଲଞ୍ଚ କରିଛି। ଯାହାକି ବର୍ତ୍ତମାନ ସମୟ ପାଇଁ ବଢ଼ିଆ ରହିବ। ଏଥିରେ ଭଲ ସୁବିଧା ଦିଆଯାଇଛି। ଏହା ସବୁଠୁ ପାଓ୍ଵାରଫୁଲ ଇଭି କାର। ନିକଟ ସମୟରେ ଏହା ଭାରତରେ ଟେଷ୍ଟିଂ ପାଇଁ ସ୍ପଟ କରାଯାଇଛି।
ବର୍ତ୍ତମାନ କମ୍ପାନୀ ଏହାର ଭାରତରେ ଳଞ୍ଚିଂ ଓ ଏହାର ଦାମକୁ ନେଇ କୌଣସି ଖୁଲାସା କରିନାହିଁ। ରିପୋର୍ଟ ଅନୁସାରେ ଏହା 4,370mm ଲମ୍ବା, 1,900mm ଓସାର , 1635mm ଉଚ୍ଚତା ରହିଛି। କାରରେ 2775mm ର ହ୍ଵିଲବେସ୍‌ ରହିଛି। ଯାହାଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏମିତିରେ ଚଲାଇବା ମଧ୍ୟ ସହଜ ହେବ।

Mahindra BE.05 ଗୋଟିଏ ଥର ଚାର୍ଜରେ ପାଖାପାଖି ୪୫୦ କିଲୋମିଟର ଚାଲିବ। ଏଥିରେ କାରରେ ୬୦ ରୁ ୮୦ କିଲୋଓ୍ଵାଟର ବ୍ୟାଟେରୀ ରହିଛି। ଏହା କମ୍ପାନୀର SUV କାର ଯାହା ୧୭୫ କିଲୋଓ୍ଵାଟ ଚାର୍ଜର ସପୋର୍ଟ କରେ। ଫାଷ୍ଟ ଚାର୍ଜିଂରେ କାର ମାତ୍ର ୩୦ ମିନିଟରେ ୮୦ % ପର୍ଯ୍ୟନ୍ତ ଚାର୍ଜ ହୋଇଯିବ।

ଖାସ କଥା ହେଉଛି ଏହା ଚାରୋଟି ଡୋର ଥିବା ଏସୟୁଭି କୁପ ଷ୍ଟାଇଲ କାର । ଏହାର ଡିଜାଇନ କୁ ଅଲଗା ଅନ୍ଦାଜରେ ଦେବାପାଇଁ ଚେଷ୍ଟା କରାଯାଇଛି। ଏହାକୁ ଗ୍ଲୋବାଲ ମାର୍କେଟରେ ସୋ କରାଯାଇଛି। ଏବେ ଏହାକୁ ଭାରତରେ ଲଞ୍ଚ କରିବାର ଯୋଜନା ରହିଛି। ଏଥିରେ ସେଫ୍ଟି ପାଇଁ ଏୟାରବ୍ୟାଗ, ABS, ADAS ଭଳି ଆଡଭାନ୍ସ ଫିଚର୍ସ ଦିଆଯାଇଛି।

Mahindra BE.05 କମ୍ପାନୀର INGLO EV ପ୍ଳାଟଫର୍ମରେ ଆଧାରିତ କାର । ଏଥିରେ ଜବରଦସ୍ତ ପାଓ୍ଵାରଟ୍ରେନ ଦିଆଯାଇଛି। କାରକୁ ଭଲ ସାର୍ପ ଲୁକ ଦିଆଯାଇଛି। ଏଥିରେ ଚିକନୀ କ୍ରୀଜ ଲାଇନ, ଏଲଇଡ଼ି ଲାଇଟସ୍‌ ଓ କଟ୍‌ ଦିଆଯାଇଛି। ଏହାସହ ସ୍ଲାପିଂ ରୁଫ ଲାଇନ, ସି ସେପ ଟେଲ ଲ୍ୟାମ୍ପ, ହେବି ଷ୍ଟାଇଲ ବମ୍ପର, ଟୁସ୍ପୋକ ଷ୍ଟିୟରିଂ ହ୍ଵିଲ ଦିଆଯାଇଛି। ଅନୁମାନ କରାଯାଉଛି ଯେ ଏହା ଆଗାମୀ ଅକ୍ଟୋବର ୨୦୨୫ ଭିିତରେ ବଜାରରେ ନଜର ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.