ବର୍ଗର ଖାଉଖାଉ ପାଟିରୁ ବାହରିଲା ରକ୍ତ, ଆଳୁଟିକି ସହ ରହିଥିଲା…

ପୁଣେ : ପୁଣେର ବର୍ଗର କିଙ୍ଗ ଆଉଟଲେଟରେ ଗ୍ରାହକଙ୍କ ବର୍ଗରରେ ଏପରି ଏକ ଜିନିଷ ଥିଲା ଯାହାକୁ ଖାଇ ତାଙ୍କ ପାଟିରୁ ରକ୍ତ ବାହରିଥିଲା। ଯାହା ପରେ ଗ୍ରାହକ ଜଣଙ୍କ ଏବେ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା।

burger_fries

୩୧ ବର୍ଷିୟ ଅଟୋଡ୍ରାଇଭର ସାଜିତ ପଠାନ ତାଙ୍କ ସାଙ୍ଗ ମାନଙ୍କ ସହ ମଧ୍ୟାହ୍ନଖାଦ୍ୟ ଖାଇବା ପାଇଁ ବର୍ଗର କିଙ୍ଗରେ ପହଞ୍ଚିଥିଲେ। ଏହି ସମୟରେ ସେ ଖାଇବା ପାଇଁ ବର୍ଗର, ଫ୍ରେଞ୍ଚପଫାଇସ ଏବଂ କିଛି ସଫ୍ଟ ଡ୍ରିଙ୍କସ୍ ଅର୍ଡର କରିଥିଲେ। କିନ୍ତୁ ସେ ଯେତେବେଳେ ବର୍ଗର ଖାଇବା ଆରମ୍ଭ କରିଥିଲେ ତାଙ୍କ ପାଟିରୁ ରକ୍ତ ବାହାରିବା ସହ ତଣ୍ଟିରେ କଷ୍ଟ ଅନୁଭୂତ ହୋଇଥିଲା। ଏହାପରେ ତାଙ୍କ ସାଙ୍ଗମାନେ ବର୍ଗର ଦେଖିବାରୁ ସେଥିରେ କାଚର ଗୁଣ୍ଡ ଥିବା ନଜର ଆସିଥିଲା। ପରେ ତୁରନ୍ତ ସାଜିତଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସ୍ଥାନୀୟ ପୋଲିସ ଷ୍ଟେସନରେ ଘଟଣା ନେଇ ଅଭିଯୋଗ ଦେଇଥିଲେ। ତେବେ ଏହି ଘଟଣା ନେଇ କମ୍ପାନୀ ପାଖରେ କୌଣସି ସୂଚନା ରହିନାହିଁ ବୋଲି କହିଛନ୍ତି ବର୍ଗର କିଙ୍ଗ ମ୍ୟାନେଜର ସିଦ୍ଧାର୍ଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.