ବିମାନ ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ, ଅବତରଣ କରିବା ପରେ ଡୋର ତାଡି ହେଲେ ଉଦ୍ଧାର

ଟଏଲେଟ ଗେଟ୍‌ରେ କିଛି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ଭିତରେ ଦେଢ ଘଣ୍ଟା କାଳ ଫସି ରହିଥିଲେ । ବିମାନ ଅବତରଣ କରିବା ପରେ ଗ୍ରାଉଣ୍ଡ ଷ୍ଟାଫ ଟଏଲେଟ ଡୋରକୁ ତାଡି ଯାତ୍ରୀଙ୍କୁ ବାହାର କରିଥିଲେ । ଏହି ଘଟଣା ସ୍ପାଇସଜେଟ ଏୟାରଲାଇନ୍ସ ବିମାନରେ ଘଟିଛି ।

ବିମାନର ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ । ଟଏଲେଟ ଗେଟ୍‌ରେ କିଛି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ଭିତରେ ଦେଢ ଘଣ୍ଟା କାଳ ଫସି ରହିଥିଲେ । ବିମାନ ଅବତରଣ କରିବା ପରେ ଗ୍ରାଉଣ୍ଡ ଷ୍ଟାଫ ଟଏଲେଟ ଡୋରକୁ ତାଡି ଯାତ୍ରୀଙ୍କୁ ବାହାର କରିଥିଲେ । ତେବେ ବିମାନଟି ଅବତରଣ ସମୟରେ ଯାତ୍ରୀ ଜଣକ ଟଏଲେଟରେ ଫସିଥିବା ଯୋଗୁଁ ବହୁତ ହଇରାଣ ହୋଇଥିଲେ । ଏମିତି ଘଟଣା ସ୍ପାଇସଜେଟ ଏୟାରଲାଇନ୍ସ ବିମାନରେ ଘଟିଛି ।

ଖବର ମୁତାବକ, ମୁମ୍ବାଇ-ବେଙ୍ଗାଲୁରୁ ଯାଉଥିବା SG-268 ସ୍ପାଇସଜେଟ ବିମାନରେ ଯାତ୍ରୀ ଜଣକ ଉଡାଣ ଭରିଥିଲେ । ମଙ୍ଗଳବାର ସକାଳ ୨ଟାରେ ଯାତ୍ରୀ ଜଣକ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିଥିଲେ । ଯାତ୍ରୀ ଜଣକ ଉଡାଣ ଭରିବାର କିଛି ସମୟ ପରେ ଟଏଲେଟ ଯାଇଥିଲେ, ଆଉ ସେଠାରେ ଟଏଲେଟର ଡୋର ଖରାପ ହୋଇଥିବା ଭିତରେ ଦେଢ ଘଣ୍ଟା କାଳ ଫସିଥିଲେ ।

ଯାତ୍ରୀ ଜଣକ ଟଏଲେଟରେ ଫସି ରହିଥିବା ବେଳେ ବିମାନର ପରିଚାଳକ ମେମ୍ବର ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାରିନଥିଲେ । ତେଣୁ ପରିଚାରିକା ଜଣକ ଏକ ପେପରରେ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଡୋର ଖୋଲୁନଥିବା ନୋଟ୍‌ ଲେଖି ତାଙ୍କୁ ଦେଇଥିଲେ ।  ତେଣୁ ବିମାନଟି ବେଙ୍ଗାଲୁରୁ ଏୟାରପୋର୍ଟରେ ଅବତରଣ କରିବା ପରେ ଗ୍ରାଉଣ୍ଡ ଷ୍ଟାଫ ଆସି ବିମାନର ଟଏଲେଟ ଡୋରକୁ ତାଡି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଯାତ୍ରୀ ଜଣକ ଟଏଲେଟରେ ଫସିଥିବା ଯୋଗୁଁ ଅବତରଣ ସମୟରେ ବହୁତ ସମସ୍ୟାର ସାମ୍ନା କରିଥିଲେ ।

ତେବେ ଟଏଲେଟରେ ଫସିଥିବା ଯାତ୍ରୀଙ୍କ ବିଷୟରେ କିଛି ସୂଚନା ମିଳିନାହିଁ । ବିମାନରୁ ବାହାରିବା ମାତ୍ରେ ଯାତ୍ରୀଙ୍କୁ ତୁରନ୍ତ ପ୍ରାଥମିକ ଉପଚାର ପାଇଁ ନିଆଯାଇଥିଲା । ତେବେ ପୀଡିତଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ସେ ଚିନ୍ତାରେ ରହିଛନ୍ତି । ସ୍ପାଇସଜେଟ ମଧ୍ୟ ଏହି ମାମଲାରେ କୌଣସି ଟିପ୍ପଣୀ ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.