ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନେ ପଡିଲେ ଲତା ମଙ୍ଗେସକର, ପ୍ରଧାନମନ୍ତ୍ରୀ ମୋଦି ସେୟାର କଲେ ତାଙ୍କର ଶେଷ ଶ୍ଲୋକ
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି । ଲତା ମଙ୍ଗେସକର ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ‘ଶ୍ରୀ ରାମାର୍ପଣ’ । ସେ ଏତେ ସୁନ୍ଦର ଗାଇଛନ୍ତି, ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି ।

ଜାନୁଆରୀ ୨୨ ତାରିଖକୁ ସମଗ୍ର ଦେଶ ଅପେକ୍ଷା କରି ରହିଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପରେ ସମସ୍ତଙ୍କ ନଜର ରହିଛି । ଘରେ ଘରେ ଜୟ ଶ୍ରୀରାମ ନାରା ଲଗାଯାଉଛି । ପ୍ରତ୍ୟେକ ଘରେ ଦୀପ ଜଳାଇ ଭଗବାନ ରାମଙ୍କ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି ।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପିଏମ ମୋଦି ଲତା ମଙ୍ଗେସକରଙ୍କୁ ମନେ ପକାଇ ଲେଖିଛନ୍ତି, ସମଗ୍ର ଦେଶ ବଡ ଉତ୍ସାହର ସହିତ ୨୨ ଜାନୁଆରୀକୁ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ଲୋକମାନେ ଲତା ଦିଦି ମନେ ପଡିବେ । ତାଙ୍କ ଦ୍ୱାରା ଗାଇଥିବା ଶ୍ଳୋକ ସେୟାର କରୁଛି । ତାଙ୍କ ପରିବାର ରେକର୍ଡ କରିଥିବା ଶେଷ ଶ୍ଲୋକ ।
As the nation awaits 22nd January with great enthusiasm, one of the people who will be missed is our beloved Lata Didi.
Here is a Shlok she sung. Her family told me that it was the last Shlok she recorded. #ShriRamBhajanhttps://t.co/MHlliiABVX
— Narendra Modi (@narendramodi) January 17, 2024
ଲତା ମଙ୍ଗେସକର ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ‘ଶ୍ରୀ ରାମାର୍ପଣ’ । ସେ ଏତେ ସୁନ୍ଦର ଗାଇଛନ୍ତି, ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି ।
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବଲିଉଡ ଠାରୁ ଆରମ୍ଭ କରି ଅନେକ ଜଣାଶୁଣା ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାମମନ୍ଦିର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ହେବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରାୟ ୭ ହଜାରରୁ ଅଧିକ ପ୍ରତିଷ୍ଠିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ୨୧ ଓ ୨୨ ତାରିଖରେ ଭକ୍ତ ପାଇଁ ବନ୍ଦ ରହିବ । ଏହାପରେ ୨୩ ତାରିଖରୁ ଭକ୍ତଙ୍କ ପାଇଁ ଦର୍ଶନ ଓ ପୂଜା କରିବା ପାଇଁ ମନ୍ଦିର ଖୋଲାଯିବ ।