ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛନ୍ତି ରିଷଭ ପନ୍ତ, ବିରାଟ ଓ ରୋହିତଙ୍କ ସହିତ ହେଲେ ଦେଖା

ରିଷଭ ପନ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆଉ ଖୁବଶୀଘ୍ର ଟିମକୁ ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ପନ୍ତ ମଙ୍ଗଳବାର ଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନେଟସରେ ୨୦ ମିନିଟ ଯାଏଁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣାରେ ଗୁରୁତର ଆହତ ଯୋଗୁଁ ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ ଟିମର ୱିକେଟ କିପର ରିଷଭ ପନ୍ତ । ପନ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆଉ ଖୁବଶୀଘ୍ର ଟିମକୁ ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ପନ୍ତ ମଙ୍ଗଳବାର ଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନେଟସରେ ୨୦ ମିନିଟ ଯାଏଁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏଥିରୁ ତାଙ୍କ ଫିଟନେସକୁ ଦେଖି ଫ୍ୟାନ୍ସ ଅନ୍ଦାଜା କରୁଛନ୍ତି ଯେ, ଟି୨୦ ବିଶ୍ୱକପରେ ପନ୍ତ ଖେଳିପାରନ୍ତି ।

ଭାରତୀୟ ଟିମ୍‌ ଅଭ୍ୟାସ ପାଇଁ ପହଞ୍ଚିବା ପୂର୍ବରୁ ରିଷଭ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ଷ୍ଟାଫଙ୍କ ବୋଲିଂରେ ବ୍ୟାଟିଂ କରିଥିଲେ । ସେ ଅଫ ସାଉଡରେ କିଛି ଭଲ ଡ୍ରାଇଭ ମାରିଥିଲେ ଆଉ କିଛି ବଲ ଅନ୍‌ ସାଇଡରେ ଖେଳିଥିଲେ । ଏହି ସମୟରେ ପନ୍ତ ରଘୁଙ୍କ ସହିତ କଥା ହୋଇଥିଲେ । କେବଳ ସେତିକି ନୁହେଁ ବିରାଟ କୋହଲି, ରିଙ୍କୁ ସିଂ, ରୋହିତ ଶର୍ମା ଏବଂ ଅନ୍ୟ ଲୋକଙ୍କ ସହିତ କଥା ହୋଇଥିଲେ ।

ଏହାପୂର୍ବରୁ ରିଷଭ ପନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଟ୍ରେଡମିଲ ଉପରେ ଦୌଡୁଥିବାର ଦେଖାଯାଇଛି । ଏହାସହିତ ସେ ନିଜ ରିକଭରୀ ବିଷୟରେ ମଧ୍ୟ କହୁଥିବାର ଦେଖାଯାଉଛି । ଏଥିରୁ ଅନୁମାନ କରାଯାଉଛି ଯେ, ସେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି ।

 

View this post on Instagram

 

A post shared by Rishabh Pant (@rishabpant)

ଆସନ୍ତା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି କିଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କାରଣ ଏଥିପାଇଁ ରିଷଭ କଠିନ ପରିଶ୍ରମ କରୁଥିବା ନଜର ଆସିଛି । ସେଥିପାଇଁ ଏକ ସ୍ୱତନ୍ତ୍ର ଟେଡମିଲ ମେସିନରେ ଅଭ୍ୟାସ କରୁଛନ୍ତି କ୍ରିକେଟର ରିଷଭ ପନ୍ତ ।

ପନ୍ତଙ୍କୁ ୨୦୨୪ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଧିନାୟକ ଦାୟିତ୍ୱ ମିଳିଛି । ତେଣୁ ଆଇପିଏଲ ସହିତ ଟି୨୦ ବିଶ୍ୱକପରେ ଖେଳିପାରନ୍ତି ବୋଲି ଫ୍ୟାନ୍ସ କହୁଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ । ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା । ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା । ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.