ହାଇ ୟୁରିକ୍ ଏସିଡ୍ ରୋଗୀମାନେ ଖାଆନ୍ତୁ ଓଟ୍ସ , ମିଳିବ ଅନେକ ଲାଭ

ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ଅଧିକ ବଢିଥାଏ ଏବଂ ହାଡରେ ଜମା ହେବା ଆରମ୍ଭ କରେ, ସେତେବେଳେ ଏହା ଆମ ଶରୀରରେ ଜମା ହୋଇ ଆମ ବଡିରେ ୟୁରିକ୍‌ ଏସିଡ୍‌ର ପରିମାଣ ବଢାଇଥାଏ । ଏପରି ପରିସ୍ଥିତିରେ, ଆପଣ ଏମିତି କିଛି ଖାଦ୍ୟ ଖାଇପାରିବେ ଯାହା ଆପଣଙ୍କ ଶରୀରରେ ୟୁରିକ ଏସିଡ୍‌ କମ କରିବାରେ ସାହାଯ୍ୟ କରିବ ।

ଯଦି ଆପଣଙ୍କ ଶରୀର ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ନୁହେଁ, ତେବେ ପ୍ରୋଟିନରୁ ବାହାରୁଥିବା ୱେଷ୍ଟ ୟୁରିକ୍‌ ଶରୀରରେ ଅଧିକ ବଢିପାରେ । ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ଅଧିକ ବଢିଥାଏ ଏବଂ ହାଡରେ ଜମା ହେବା ଆରମ୍ଭ କରେ, ସେତେବେଳେ ଏହା ଆମ ଶରୀରରେ ଜମା ହୋଇ ଆମ ବଡିରେ ୟୁରିକ୍‌ ଏସିଡ୍‌ର ପରିମାଣ ବଢାଇଥାଏ । ଏପରି ପରିସ୍ଥିତିରେ, ଆପଣ ଏମିତି କିଛି ଖାଦ୍ୟ ଖାଇପାରିବେ ଯାହା ଆପଣଙ୍କ ଶରୀରରେ ୟୁରିକ ଏସିଡ୍‌ କମ କରିବାରେ ସାହାଯ୍ୟ କରିବ । ସେଥିପାଇଁ ଯେଉଁମାନଙ୍କ ନିଜ ଶରୀରରେ ୟୁରିକ୍‌ ଏସିଡ୍‌ ପରିମାଣକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ସେମାନେ ଓଟ୍ସକୁ ନିଜ ଡାଏଟ୍‌ ସାମିଲ କରିବା ଉଚିତ । ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଆସିଥିବ ଯେ ଏପରି ପରିସ୍ଥିତିରେ ଓଟ୍ସ ଖାଇବାର ଲାଭ କ’ଣ ? ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ଜାଣନ୍ତୁ ହାଇ ୟୁରିକ୍ ଏସିଡ୍ ସମସ୍ୟାରେ ଓଟ୍ସ ଖାଇବାର ଲାଭ :
ତେବେ ୧୦୦ ଗ୍ରାମ ଓଟ୍ସରେ ୫୦ ରୁ ୧୫୦ ମିଲିଗ୍ରାମ ପ୍ୟୁରିନ୍ ରହିଥାଏ । କିନ୍ତୁ ଏଥିରେ ଏକ ଭଲ ପରିମାଣର ଫାଇବର ଥାଏ ଯାହା ପ୍ୟୁରିନ୍ ହଜମ କରିବାରେ ସାହାଯ୍ୟ କରିଥାଏ । ବାସ୍ତବରେ ଏହା ଶରୀରରେ ୟୁରିକ୍‌ ଏସିଡ୍‌ କମ କରିବାରେ ସାହାଯ୍ୟ କରିପାରେ ଏବଂ ସେହିପରି ଶରୀରରେ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ବ୍ୟତୀତ ଓଟ୍ସ ହଜମ କରାଉଥିବା ମେଟାବୋଲିକ୍ ମାତ୍ରାକୁ ବଢାଇଥାଏ । ଯାହା ୟୁରିକ୍ ଏସିଡ୍ ସମସ୍ୟାକୁ କମ କରିବାରେ ଅନେକ ସାହାଯ୍ୟ କରିଥାଏ ।

ପ୍ରତି ସପ୍ତାହରେ ୨ ଥର ଓଟ୍ସ ଖାଆନ୍ତୁ :
ସୂଚନା ମୁତାବକ, ଯଦି ଆପଣଙ୍କର ହାଇ ୟୁରିକ୍ ଏସିଡ୍ କିମ୍ବା ଆର୍ଥ୍ରାଇଟିସ୍ ସମସ୍ୟା ଥାଏ ତେବେ ଆପଣ ସପ୍ତାହରେ ଦୁଇଥର ଓଟ୍ସ ଖାଆନ୍ତୁ । ଏପରି ଭାବେ ଆପଣ ନିଜ ଡାଏଟ୍‌ରେ ପନିପରିବା ମଧ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ ଯାହା ୟୁରିକ୍ ଏସିଡ୍ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିଥାଏ ।

ତେଣୁ ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ବଢିବା ପାଇଁ ଲାଗିଛି, ତେବେ ଆପଣ ପନିପରିବା ସହିତ ଓଟ୍ସ ଖାଇବା ମଧ୍ୟ ଆରମ୍ଭ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଯେପରିକି କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା । ଏହା ବ୍ୟତୀତ ଏହାର ଅନେକ ଲାଭ ରହିଛି, ତେଣୁ ଏହି ସବୁ କାରଣରୁ ଆପଣ ସପ୍ତାହକୁ ନିଶ୍ଚିତ ଭାବେ ୨ ଥର ଓଟ୍ସ ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.