ମହାରାଷ୍ଟ୍ର : ନାଳରେ ଖସିଲା ଅଟୋ, ୬ ମୃତ

ମହାରାଷ୍ଟ୍ରର ୟବତମାଲା ଜିଲ୍ଲାରେ ଅଟୋ ଓଲଟିବାରୁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହି ସମୟରେ ବେଲଗାହା ପୋଲ ନିକଟରେ ଅଟୋଟି ନିୟନ୍ତ୍ରଣ ହରାଇ ନାଳରେ ଖସିପଡିଥିଲା । ସକାଳ ୧୧ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ମହାରାଷ୍ଟ୍ରର ୟବତମାଲା ଜିଲ୍ଲାରେ ଅଟୋ ଓଲଟିବାରୁ ୬ ଜଣଙ୍କ ଜୀବନ ଚାଲିଯାଇଛି । ସକାଳ ୧୧ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଘଟଣାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପୁସାଦ ଥାନା ଅଧିକାରୀଙ୍କ କହିବା ମୁତାବକ, ନାଗପୁରରୁ ୨୬୦ କିମି ଦୂର ପୁସାଦର ଜବାହର ନଗର ନିବାସୀ ଗଣେଶ ରାଠୋରଙ୍କ ପରିବାରର ୧୫ ଜଣ ଲୋକ ଅଟୋରେ ଉମରୀ ପୋହରା ଦେବୀ ଯାଉଥିଲେ । ଏହି ସମୟରେ ବେଲଗାହା ପୋଲ ନିକଟରେ ଅଟୋଟି ନିୟନ୍ତ୍ରଣ ହରାଇ ନାଳରେ ଖସିପଡିଥିଲା । ଆଉ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଘଟଣା ବିଷୟରେ ଖବର ପାଇଁ ତୁରନ୍ତ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ପୋଲିସ ତଦନ୍ତ ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.