ବାଲୁକାଶିଳ୍ପୀ ସୁଦର୍ଶନଙ୍କ ନିଖୁଣ କଳାକୃତି, ବାଲୁକାକଳାରେ ଶୋଭା ପାଇଲେ ତିନି ଠାକୁର

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା । ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ।

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା ।

ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି । ବାଲିରେ ପ୍ରସ୍ତୁତ ଏହି ପରିକ୍ରମା ମାର୍ଗରେ ବିଭିନ୍ନ ମଠ ଓ ମନ୍ଦିରର କୃତି ପ୍ରଦର୍ଶିତ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ଆକର୍ଷଣୀୟ କଳାକୃତି ସହ ଅରୁଣସ୍ତମ୍ଭର ନିଖୁଣ ପ୍ରତିକୃତି ଗଢିଛନ୍ତି ସୁଦର୍ଶନ । ବାଲୁକାରେ ତିନି ଠାକୁରଙ୍କର ଅତି ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ଏହି ସୁନ୍ଦର କଳାକୃତିକୁ ଦେଖି କାହାର ବି ଆଖି ଲାଖିଯିବ । ବାଲୁକକଳାରେ ନିର୍ମିତ ଏହି କଳାକୃତି ଗୁଡିକ ପୁରୀ ବେଳାଭୂମିର ଖୁବ ଶୋଭା ବର୍ଦ୍ଧନ କରୁଛନ୍ତି । ଏହାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଲାଗିଛି ଭକ୍ତଙ୍କ ଭିଡ ।

ତେବେ ଶ୍ରୀମନ୍ଦିର ନିର୍ମାଣ ହେବା ତ କେହି ବି ଦେଖିନାହାନ୍ତି ମାତ୍ର ଏହି ଲୋକାର୍ପଣ ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୁର୍ତ୍ତ । ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଖୁବ ଆଗ୍ରହର ସହ ଅପେକ୍ଷା କରିରହିଥିଲେ । ପୂର୍ବରୁ ଭକ୍ତ ମାନେ ଅନେକ ଅସୁବିଧାର ସାମ୍ନା କରୁଥିଲେ । ଏହି ପ୍ରୋଜେକ୍ଟ ହେବା ଦ୍ୱାରା ଆମେ ସମସ୍ତେ ଉପକୃତ ହୋଇପାରିବା । ସାରା ବିଶ୍ୱ ବି ଏଭଳି କାର୍ଯ୍ୟକ୍ରମକୁ ଚାହିଁ ରହିଛନ୍ତି । ପରିକ୍ରମା ପ୍ରକଳ୍ପରେ ଶିଳ୍ପୀଙ୍କ ହାତରେ ଅନେକ କିଛି ଗଢାଯାଇଛି । ଏଣୁ ବାଲିରେ ବାଲୁକାଶିଳ୍ପୀ ଭାବେ ଏହି କଳାକୃତିଟି ଗଢିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.