ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହକୁ ଗୋଟେ କିଲୋମିଟର ବୋହି ନେଲେ ପରିବାର ଲୋକେ

ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହକୁ ଗୋଟେ କିଲୋମିଟ ବୋହି ନେଲେ ପରିବାର ଲୋକେ। ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଟିମାଡ଼ିହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ (କେନ୍ୟୁଜ୍‌) : ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହକୁ ଗୋଟେ କିଲୋମିଟ ବୋହି ନେଲେ ପରିବାର ଲୋକେ । ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଟିମାଡ଼ିହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ବୋହି ବୋହି ନେଇଥିଲେ ।

ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ ରକ୍ତ ଝାଡ଼ାରେ ପୀଡ଼ିତ ହୋଇ ୫ ଦିନ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିଛି ଦିନ ମେଡିକାଲରେ ଚିକିତ୍ସାଧୀନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତକାଲି ସକାଳେ ତାଙ୍କ ଦେହ ପୁଣି ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ସୁରେଶଙ୍କୁ ପୁଣି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଶବ ଘରକୁ ନେବା ପାଇଁ ମହା ପ୍ରାଣାୟମ ଗାଡ଼ି ମିଳିଲା ନାହିଁ । ପରିବାର ଲୋକେ ଯେତେ କକୁତି ମିନତୀ ହେଲେ ମଧ୍ୟ କେହି ଗାଡ଼ି ଦେଲେ ନାହିଁ । ଏପରିକି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ ବି କିଛି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଶବକୁ ଟେକି ନେଇ ପ୍ରାୟ ଏକ କିଲୋମିଟର ବୋହି ନେଇଥିଲେ ଓ ଏକ ଘରୋଇ ଗାଡ଼ି ରେ ଶବ ଘରକୁ ନେଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.