ମହୁଆ ମୌତ୍ରଙ୍କଠାରୁ ଛଡ଼ାଇ ନିଆଯିବ ସରକାରୀ ବଙ୍ଗଳା ! କେନ୍ଦ୍ର ପଠାଇଲା ନୋଟିସ୍‌, ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୌତ୍ରଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଛି ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୌତ୍ରଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଛି । ଏହି ନୋଟିସ୍‌ରେ କଠୋର ଭାବରେ ମହୁଆଙ୍କୁ କୁହାଯାଇଛି ଯେ ଜଣେ ଲୋକସଭା ସାଂସଦ ରୂପେ ତାଙ୍କୁ ଯେଉଁ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇଥିଲା, ତାହାକୁ ସେ ତୁରନ୍ତ ଖାଲି କରନ୍ତୁ । ବର୍ତ୍ତମାନ ମହୁଆ ଏହି ସରକାରୀ ବଙ୍ଗଳାରେ ରହୁଛନ୍ତି ।

ଟିଏମ୍‌ସି ନେତ୍ରୀଙ୍କୁ ଇଷ୍ଟେଟ୍‌ ନିର୍ଦ୍ଦେଶାଳୟ ତରଫରୁ ନୋଟିସ୍‌ ଜାରି କରାଯାଇଛି । ନିର୍ଦ୍ଦେଶାଳୟ ସରକାରୀ ସମ୍ପତ୍ତିଗୁଡ଼ିକୁ ପରିଚାଳନା କରିଥାଏ । ନୋଟିସ୍‌ରେ କୁହାଯାଇଛି କି, ଯଦି ମହୁଆ ନିଜେ ସରକାରୀ ବାସଭବନ ଖାଲି କରିବେ ନାହିଁ, ତା’ ହେଲେ ତାଙ୍କୁ ଏବଂ ସେଠାରେ ରହୁଥିବା ଅନ୍ୟ ଲୋକଙ୍କୁ ପରିସରରୁ ବାହାର କରାଯିବ । ଯଦି ଆବଶ୍ୟକ ପଡ଼େ, ତେବେ ଏଥିପାଇଁ ବଳପ୍ରୟୋଗ ମଧ୍ୟ କରାଯାଇପାରେ ।

ସାଧାରଣତଃ, ସାଂସଦ ପଦ ଯିବା ପରେ ଆବଣ୍ଟନ କରାଯାଇଥିବା ସରକାରୀ ବାସଭବନକୁ ସାଂସଦମାନଙ୍କୁ ତୁରନ୍ତ ଛାଡ଼ିବାକୁ ପଡ଼ିଥାଏ । ସରକାର ନୋଟିସ୍‌ରେ କହିଛନ୍ତି ଯେ ମହୁଆ ମୌତ୍ରଙ୍କୁ ବଙ୍ଗଳା ଖାଲି କରିବା ପାଇଁ ପର୍ଯ୍ୟାପ୍ତ ମଉକା ଦିଆଯାଇଛି । ହେଲେ ସେ ଏ ପର୍ଯ୍ୟନ୍ତ ଏମିତି କରି ନାହାନ୍ତି । ଟିଏମ୍‌ସି ନେତ୍ରୀଙ୍କୁ ପ୍ରଥମେ ଜାନୁୟାରୀ ୭ରେ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.