Below header

ଷ୍ଟେଜ୍ ଉପରେ ଭାଷଣ ଦେଉଥିବାବେଳେ ଡୋନାଲ୍ଟ ଟ୍ରମ୍ପଙ୍କ ଉପରକୁ ମୋବାଇଲ୍ ମାଡ, ଦେଖନ୍ତୁ ଭିଡିଓ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଣ୍ଡିୟାନାରେ ନ୍ୟାସନାଲ ରାଇଫଲ ଏସୋସିଏନ୍ (NRA)ପାଇଁ ଭାଷଣ ଦେବାକୁ ଯାଇଥିଲେ । ସେହି ସମୟରେ ଭିଡ ଭିତରୁ ଜଣେ ବ୍ୟକ୍ତି ତାଙ୍କ ଉପରେ ମୋବାଇଲ ଫୋନ୍ ଦ୍ବାରା ହମଲା କରିଥିଲେ । କିନ୍ତୁ ଏହି ଫୋନ୍ ଟ୍ରମ୍ପଙ୍କ ସାମ୍ନା ଦେଇ ଚାଲିଯାଇ ଅଲଗା ଯାଗାରେ ପଡିଥିଲା ।

ଯେଉଁ ବ୍ୟକ୍ତି ଟ୍ରମ୍ପଙ୍କ ଉପରେ ଫୋନ ଫୋପାଡିଥିଲେ ତାଙ୍କ ପରିଚୟ ବିଲିୟନ ରୋଜ ନାମରେ ହୋଇଛି । ସୂଚନା ମୁତାବକ ଅଭିଯୁକ୍ତ ରୋଜ୍ ସେହି ସମୟରେ ନିଶାରେ ଥିଲେ । ଯେତେବେଳେ ସେ ରାଷ୍ଟ୍ରପତିଙ୍କ ଉପରକୁ ହମଲା କରିଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ:


ଏହି ମାମଲା ନେଇ ସିକ୍ରେଟ୍ ସର୍ଭିସଙ୍କ କହିବା ମୁତାବକ, ମଧ୍ୟାନ୍ନ ପାଖାପାଖି ୧୨ଟା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଇଣ୍ଡିୟାନା ପୋଲିସ ର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେବେ ରାଷ୍ଟ୍ରପତି ଷ୍ଟେଜରେ ଭାଷଣ ଦେଉଥିଲେ ସେହି ସମୟରେ ଭିଡ ଭିତରୁ ଜଣେ ବ୍ୟକ୍ତି ତାଙ୍କ ଉପରକୁ ମୋବାଇଲ ଫୋନ୍ ଫିଙ୍ଗିଥିଲେ । ଯେଉଁ ଫୋନଟି ଟ୍ରମ୍ପଙ୍କ .ଦେହରେ ନବାଜି ଆଉ ଏକ ସ୍ଥାନରେ ଯାଇଁ ପଡିଥିଲା । ସେହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କୁ ବାହାରକୁ ବାହାର କରିଦିଆଯାଇଥିଲା । ବର୍ତ୍ତମାନ ଏହାର ତଦନ୍ତ ଚାଲିଛି । ତେବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.