ଆସୁଛି ବାତ୍ୟା ଫାନୀ, ଓଡ଼ିଶା ଉପରେ ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ହେବ ଚିତ୍ର

କେନ୍ୟୁଜ୍ : ବାତ୍ୟା ଫାନୀର ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି । ଆସନ୍ତା ୩୦ରେ ଫାନୀ ଉତ୍ତର ତାମିଲନାଡୁ,ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ଜଣାପଡ଼ିବ । ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ୯ଟି ଜିଲ୍ଲା ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି ସ୍ଥାନରେ କାଳବୈଶାଖୀର ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave A Reply

Your email address will not be published.