ଆମେରିକା କ୍ରିକେଟ୍‌ ଦଳର ଅଧିନାୟକ ଜଣେ ଭାରତୀୟ, କିଏ ଜାଣନ୍ତୁ

ମୁମ୍ବାଇ : ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଆମେରିକା କ୍ରିକେଟ୍‌ ଟିମ୍‌କୁ ଦିନିକିଆ ଆନ୍ତର୍ଜାତିକ ଦଳର ମାନ୍ୟତା ଦେଇଛି । ଦୀର୍ଘ ବର୍ଷ ଧରି ଏହି ମାନ୍ୟତା ପାଇବା ଲାଗି ଆମେରିକା ଦଳ ସଂଘର୍ଷ କରୁଥିଲା । ତେବେ ଖୁସିର କଥା ହେଉଛି ଆଇସିସି ମାନ୍ୟତା ପାଇଥିବା ଏହି ଦଳର ଯିଏ ଅଧିନାୟକ ମନୋନୀତ ହୋଇଛନ୍ତି ସେ ହେଉଛନ୍ତି ଜଣେ ଭାରତୀୟ । ଯିଏ କି ଆମେରିକାକୁ ପାଠ ପଢ଼ିବାକୁ ଯାଇଥିଲେ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ ଖେଳୁ ଖେଳୁ ଆମେରିକା ଜାତୀୟ ଦଳର ଅଧିନାୟକ ବନିଗଲେ । ସେ ହେଉଛନ୍ତି ସୌରଭ ନେତ୍ରାଭଲକର ।

SOURABH-3ସୌରଭ ଭାରତରେ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଖେଳୁଥିଲେ । ପୁଣି ମୁମ୍ବାଇ ରଣଜୀ ଦଳରେ ମଧ୍ୟ ଖେଳିଥିଲେ । ଏହା ପରେ ତାଙ୍କ ପାଠ ପଢ଼ିବା ଲାଗି ତାଙ୍କୁ ନ୍ୟୁୟର୍କ ଯିବାକୁ ପଡ଼ିଲା । ସେ କ୍ରିକେଟ୍‌ ଠାରୁ ଦୂରେଇ ଗଲେ । ହେଲେ ସେଠାରେ ପଢ଼ବା ବେଳେ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ଦଳରେ ଖେଳି ଭଲ ପ୍ରଦର୍ଶନ କଲେ । ତା ପରେ ଚାଲିଲା ପାଠପଢ଼ା ସହ କ୍ରିକେଟ୍‌ । ବିଭିନ୍ନ କ୍ଲବ୍‌ ପ୍ରତିଯୋଗିତାରେ ମଧ୍ୟ ବଢ଼ିଆ ଖେଳିଲେ । ଏହି ସମୟରେ ତାଙ୍କୁ ସାନ୍‌ଫ୍ରାନ୍‌ସିସ୍କୋର ଏକ କମ୍ପାନୀରେ ଚାକିରି ମିଳିଗଲା । ତେବେ ନିୟମ ଅନୁସାରେ ଆମେରିକାରେ ଅତି କମ୍‌ରେ ତିନି ବର୍ଷ ରହିଲେ ଯାଇ ଜାତୀୟ ଦଳରେ ସୁଯୋଗ ମିଳିବ । ଆଉ ସୌରଭ ତିନି ବର୍ଷ ରହିବା ପରେ ଏବେ ତାଙ୍କୁ ଦଳରେ ସୁଯୋଗ ମିଳିବା ସହିତ ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଛି । କାରଣ ବିଶ୍ୱ କ୍ରିକେଟ୍‌ ଲିଗ ଡିଭିଜନ୍‌-୨ ପ୍ରତିଯୋଗିତାରେ ସୌରଭ ଚମତ୍କାର ଖେଳିଥିଲେ । ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ବଳରେ ଆମେରିକା ଦଳ ଦିନିକିଆ ଆନ୍ତର୍ଜାତିକରେ ଖେଳିବା ପାଇଁ ସୁଯୋଗ ପାଇଛି । ସେଥିଲାଗି ସୌରଭ ଭାରି ଖୁସି ।

 

Leave A Reply

Your email address will not be published.