ସିଡିି ଏବଂ ଖଟିଆ ସାହାଯ୍ୟରେ ଖେଳା ଯାଉଥିବା ଖେଳକୁ ଦେଖିଲେ ଆପଣ କହିବେ, ‘ବାଃ ଦେଶୀ ଜୁଗାଡ ଜିନ୍ଦାବାଦ’
ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି। ଅନେକ ଭିଡିଓ ଏମିତି ହୋଇଥାଏ ଯେ ଯାହାକୁ ଦେଖିବା ପରେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଭିଡିଓକୁ ଦେଖିବା ପରେ କହିବେ ଆରେ ଭାଇ ଏ ଦୁନିଆରେ କେତେ କେତେ ପ୍ରତିଭାଶୀଳ ବ୍ୟକ୍ତି ଅଛନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ କହିବେ ଓ୍ଵାଓ କ୍ୟା ଟ୍ୟାଲେଣ୍ଟ ହେ।
ଏହି ଖେଳ ହେଉଛି ପୋଲ ଭଲ୍ଟ। ଯେଉଁଥିରେ ଖେଳାଳୀଙ୍କୁ ଏକ ଲମ୍ବା ବାଡି କିମ୍ବା ବାଉଁଶରେ ଦୌଡି ଦୌଡି ଯାଇ ଡେଉଁବାକୁ ପଡିବ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏବେ ଖାଣ୍ଟି ‘ଦେଶୀ ପୋଲ ଭଲ୍ଟ’ ଖେଳ ପୂରା ଛାଇ ଯାଇଛି। ଏହି କେଳକୁ ଟ୍ଵିଟରରେ ସେୟାର କରାଯାଇଛି। ଯାହାକୁ ଦେଖି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
Indian style Pole-vault……and this can happen only in village games of our Punjab😍
Note- Don’t try without proper coaching and supervision 😊#TuesdayMorning pic.twitter.com/sPQdiR5AFI— Fit Bharat (@FitBharat) February 11, 2020
ଏହି ଭିଡିଓକୁ ସେୟାର କରିବ ମାତ୍ରକେ ଏହା ପୂରା ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି। ଭିଡିଓକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି ପୋଲ ଭଲ୍ଟର ଇଣ୍ଡିଆନ୍ ଷ୍ଟାଇଲ୍ । ଏମିତି କେବଳ ପଞ୍ଜାବରେ ହିଁ ହୋଇପାରିବ। ସେ ଏହା ଲୋକମାନଙ୍କ ପାଇଁ ଲେଖିଛନ୍ତି ବିନା କୋଚିଂରେ ଏହାକୁ ଟ୍ରାଏ କରିବା ଅନୁଚିତ। ଏହାକୁ ଏବେ ପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକ ଦେଖସାରିଲେଣି। ସେହିପରି ଅନେକ ଏହାକୁ ଦେଖି ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।