ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କା ପୁରସ୍କାର

ମାଲକାନଗିରି(କେନ୍ୟୁଜ୍):    ମାଲକାନଗିରି ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ । ଜିପ୍ରୋ ନାଁରେ ୯ଟି ମମଲା ଥିଲା । ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା ଜିପ୍ରୋ ହାବିକା । ମାଲକାନଗିିରି-ବିଶାଖା ବର୍ଡର ଡିଭିିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ତାକୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସରକାର ଘୋଷଣା କରିଥିଲେ । ଗତ ଜାନୁଆରୀ ୨୫ ଓ ୨୬ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ଯୋଡାମ୍ବଠାରେ ନକ୍ସଲଙ୍କ ହିଂସାକାଣ୍ଡକୁ ବିରୋଧ ସରକାରଙ୍କ ବିକାଶ ଧାରାକୁ ସମର୍ଥନ କରି ସେ ଆତ୍ମସମର୍ପଣ କରିଥିବା କହିଛି ।