Below header

ଭୂମିକମ୍ପର ତୀବ୍ର ଝଟ୍‌କା, ମିଟିଂ ଛାଡ଼ି ବାହାରକୁ ଦୌଡ଼ି ଆସିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ

ମଙ୍ଗଳବାର ଅପରାହ୍ନରେ ହଠାତ୍ ଆସିଥିବା ଭୂମିକମ୍ପରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତ ଦୋହଲି ଉଠିଥିଲା। ଲୋକମାନେ କହିଥିଲେ ଯେ ଘରେ ପଡ଼ିଥିବା ଜିନିଷଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ଥରୁଥିଲା। ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ସଭା ଛାଡ଼ି ବାହାରକୁ ଦୌଡ଼ି ଆସିଥିଲେ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ମପାଯାଇଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ। ଦ୍ୱିପ୍ରହର ୨ଟା ୫୨ ମିନିଟ୍‌ରେ ଭୂମିକମ୍ପର ତୀବ୍ର ଝଟ୍‌କା ଅନୁଭବ କରାଯାଇଥିଲା।

ଦିଲ୍ଲୀ-ଏନ୍‌ସିଆର ବ୍ୟତୀତ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଲୋକଙ୍କ ଘରର ପଙ୍ଖାଗୁଡ଼ିକ ଜୋର୍‌ରେ ହଲିବାକୁ ଲାଗିଥିଲା। ଲକ୍ଷ୍ନୌରେ ଲୋକମାନେ ଅଫିସ୍‌ ବାହାରକୁ ଚାଲି ଆସିଥିଲେ।

କହି ରଖୁଛୁ, ମେଘାଳୟର ଉତ୍ତର ଗାରୋ ପର୍ବତରେ ମଧ୍ୟ ସୋମବାର ସନ୍ଧ୍ୟା ୬ଟା ୧୫ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ଥିଲା ୫.୨। ଏହି ଝଟ୍‌କା ଆସାମ ସମେତ ଆଖପାଖ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.