କ’ଣ ଏବେ ଦେଶରୁ ମାସ୍କ ପିନ୍ଧିବା କଟକଣା ସମ୍ପୂର୍ଣ୍ଣ ଉଠାଇ ଦେବା ଉଚିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ କୋଭିଡ୍‌ କଟକଣାଗୁଡ଼ିକୁ ଉଠାଇ ଦେଇଛନ୍ତି। ମାସ୍କ ନ ପିନ୍ଧିଲେ ଆଉ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ଏହି ପ୍ରତିବନ୍ଧକ ସମ୍ପୂର୍ଣ୍ଣ ଭାବରେ ଉଠାଇ ଦେବା ଏକ ଶୀଘ୍ର ପଦକ୍ଷେପ ହେବ। କାହିଁକି ନା, ମାସ୍କ ପିନ୍ଧିବା ଦ୍ୱାରା କେବଳ କରୋନା ଭାଇରସ୍‌ ନୁହେଁ, ଇନ୍‌ଫ୍ୟୁଏଞ୍ଜା ଏବଂ ସ୍ୱାଇନ ଫ୍ଲୁରୁ ବି ରକ୍ଷା ମିଳି ପାରିବ।

ନିକଟରେ ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନା ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାର ଅନିବାର୍ଯ୍ୟତାକୁ କୋହଳ କରିଛନ୍ତି। ଗତ ଦୁଇ ବର୍ଷରୁ ଲାଗୁ ହୋଇଥିବା ଏହି ପ୍ରତିବନ୍ଧକରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାର ନିୟମ ଥିଲା।

ଜଣାଶୁଣା ଭାଇରୋଲୋଜିଷ୍ଟ୍‍ ତଥା ଭାଇରୋଲୋଜିରେ ଆଡ୍‌ଭାନ୍ସ ରିସର୍ଚ୍ଚ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ଟି ଜ୍ୟାକବ ଜନ୍‌ କହିଛନ୍ତି, ଯେହେତୁ ଭାରତରେ ମହାମାରୀ ପାଖାପାଖି ଶେଷ ହୋଇଯାଇଛି, ଏଥିପାଇଁ SARS-CoV2ର ପ୍ରସାରକୁ ରୋକିବା ପାଇଁ ଏବେ ମାସ୍କର ଆଉ ଆବଶ୍ୟକତା ନାହିଁ।

ସେ ଆହୁରି କହିଥିଲେ କି, ମାସ୍କ ପିନ୍ଧିବାର ବାଧ୍ୟତାକୁ ଉଠାଇ ଦେବା ଉଚିତ୍‌ ଏବଂ ଲୋକଙ୍କୁ ସାର୍ବଜନିକ ସ୍ଥାନରେ ସ୍ୱେଚ୍ଛାକୃତ ଭାବେ ମାସ୍କ ପିନ୍ଧିବାକୁ ପ୍ରୋତ୍ସାହିତ କରିବା ଦରକାର। ଏହାଦ୍ୱାରା ଟିବି, ଫ୍ଲୁ ଏବଂ ଶ୍ୱାସଜନିତ ରୋଗ ବିସ୍ତାରକୁ ରୋକାଯାଇ ପାରିବ। ମାସ୍କ ପିନ୍ଧିବାର ଅଭ୍ୟାସ ଦ୍ୱାରା ରୋଗ କମ୍‌ ବ୍ୟାପିବ। ବସ୍‌, ଟ୍ରେନ, ବିମାନ ଆଦିରେ ସମସ୍ତଙ୍କୁ ଏହାଦ୍ୱାରା ଲାଭ ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.