ଦିଲ୍ଲୀ: ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଗାଡ଼ି ଜଳି ପାଉଁଶ

ଦିଲ୍ଲୀର ଜାମିଆ ନଗରସ୍ଥିତ ଏକ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ହଠାତ୍‌ ନିଆଁ ଲାଗିଯାଇଥିଲା, ଯାହାଫଳରେ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକଙ୍କ ମୁତାବକ, ଯେଉଁ ପାର୍କିଂ ସ୍ଥଳରେ ନିଆଁ ଲାଗିଛି, ସେଠାରେ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଉଥିଲା।

ଅଗ୍ନିଶମ ଅଧିକାରୀଙ୍କ କହିବା ହେଲା, ଘଟଣାସ୍ଥଳରେ ୭ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ଉପରେ କାବୁ ଅଣାଯାଇ ପାରିଛି। ସୂଚନା ଅନୁସାରେ, ଆଜି ସକାଳ ପାଖାପାଖି ୫ଟାରେ ପାର୍କିଂ ସ୍ଥଳରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ବାହନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଇ-ରିକ୍ସାଗୁଡ଼ିକ ଜଳି ଛାରଖାର୍‌ ହୋଇଯାଇଛି।

ଖବରରୁ ଜଣାପଡ଼ିଛି, ଜାମିଆ ନଗରର ତିକୋନା ପାର୍କ ଅଞ୍ଚଳରେ ଥିବା ଏହି ପାର୍କିଂରେ ନିଆଁ ଲାଗିଥିଲା। ଖବର ଚାରିଆଡ଼େ ବ୍ୟାପିଯିବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ୧୧ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।

କୁହାଯାଉଛି କି, ଇ-ରିକ୍ସାର ଚାର୍ଜିଂ ପଏଣ୍ଟରୁ ନିଆଁ ଝୁଲ ବାହାରିବା କାରଣରୁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ କାର୍‌, ୧ ବାଇକ୍‌, ୨ ସ୍କୁଟି, ୩୦ ନୂଆ ଇ-ରିକ୍ସା ଏବଂ ୫୦ ପୁରୁଣା ଇ-ରିକ୍ସା ଜଳି ପାଉଁଶ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.