ଆନନ୍ଦପୁର କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଦୁଇଟି ପରିବାରର ୨ ବଖରା ଘର ପୋଡି ନଷ୍ଟ

ଆନନ୍ଦପୁର(କେନ୍ୟୁଜ୍‌) : ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ନିଆଁ ଲାଗି ଦୁଇ ପରିବାରର ୨ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଏଥି ସହିତ ଅନେକ ଆସବାବପତ୍ର ମଧ୍ୟ ପୋଡିଜଳି ନଷ୍ଟ ହୋଇଯାଇଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଗାଁର ହାବୁଲୁ ନାଇକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ହାବୁଲୁଙ୍କ ବାଇକ ପୋଡି ଯାଇଥିଲା। ନିଆଁରେ ହାବୁଲୁଙ୍କ ପଡିଶା ଭଗବାନ ନାଇକଙ୍କ ଘର ମଧ୍ୟ ପୋଡି ଯାଇଛି। ଭଗବାନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତୁରନ୍ତ ପ୍ରଶାସନିକ ସ୍ତରରେ ଘଟଣାର ଯାଞ୍ଚ କରି ତାଙ୍କୁ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।