Below header

ଝାଡ଼ଖଣ୍ଡ ସ୍ଥିତ ‘ସେଲ’ ର ବୋକାରୋ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ମୃତାହତଙ୍କ ସୂଚନା ମିଳିନି

ଝାଡ଼ଖଣ୍ଡର ବୋକାରୋସ୍ଥିତ ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର (ସେଲ୍) ‘ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ୍’ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭାଇବା ଲାଗି ୫ଟି ଦମକଳ ମୁତୟନ କରାଯାଇଥିଲା।

ବୋକାରୋ: ଝାଡ଼ଖଣ୍ଡର ବୋକାରୋସ୍ଥିତ ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର (ସେଲ୍) ‘ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ୍’ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭାଇବା ଲାଗି ୫ଟି ଦମକଳ ମୁତୟନ କରାଯାଇଥିଲା।

ତେବେ ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପକରେ କିଛି ଜଣାପଡିନାହିଁ । ‘ଷ୍ଟିଲ୍ ମେଲ୍ଟିଙ୍ଗ୍ ସପ୍-୨’ର ‘କାଷ୍ଟର୍ ୨’ର ‘ଟନ୍ଡିସ୍-୩’ରେ ତରଳ ଧାତୁ ଲିକ୍ ହେବାରୁ ‘କାଷ୍ଟର୍’ରେ ନିଆଁ ଲାଗିଛି ବୋଲି ଗଣମାଧ୍ୟମକୁ ‘ବୋକାରୋ ଇସ୍ପାତ କାରଖାନାର ମୁଖ୍ୟ ଜନସମ୍ପର୍କ ଅଧିକାରୀ ମଣିକାନ୍ତ ଧନ୍ କହିଛନ୍ତି ।

ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ଉତ୍ତପ୍ତ ତରଳ ଧାତୁ ‘ଲିକ୍’ କରିବାରୁ ରାତି ପ୍ରାୟ ୧୧ଟା ବେଳେ ନିଆଁ ଲାଗିଥିଲା। ଏଥିରେ ‘ଷ୍ଟିଲ୍ ମେଲ୍ଟିଙ୍ଗ୍ ସପ୍-୨’ର ଟନ୍ଡିସ୍ କାର୍ ଓ ‘କାଷ୍ଟର୍-୨’ର ବହୁ ଅଂଶ ନଷ୍ଟ ହୋଇଯାଇଛି। ତେବେ ଦୁର୍ଘଟଣା ବେଳେ ୟୁନିଟରେ କୌଣସି ଶ୍ରମିକ ନଥିଲେ । ଦୁର୍ଘଟଣାର ତଦନ୍ତ ଜାରି ରହିଛି । ଏହି କାରଖାନାରେ ପ୍ରାୟ ୧୦୦୦ ଲୋକ କାମ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.