ସିଡ୍ନୀରେ ଭୀଷଣ ଅଗ୍ନିକାଣ୍ଡ, ୭ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଆଶଙ୍କା!
ଅଷ୍ଟ୍ରେଲିଆର ସିଡ୍ନୀରେ ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ଏହାର ଭୟାବହତା ଏତେ ଯେ ନିଆଁ ଲାଗିଥିବା ୭ ମହଲା କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। କାରଣ, ଏହି ନିଆଁ ଆହୁରି ବି ଅଧିକ ଭୟଙ୍କର ରୂପ ନେଇପାରେ।
ଅଷ୍ଟ୍ରେଲିଆର ସିଡ୍ନୀରେ ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ଏହାର ଭୟାବହତା ଏତେ ଯେ ନିଆଁ ଲାଗିଥିବା ୭ ମହଲା କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। କାରଣ, ଏହି ନିଆଁ ଆହୁରି ବି ଅଧିକ ଭୟଙ୍କର ରୂପ ନେଇପାରେ। ସେପଟେ ଏ ନେଇ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି।
ସତର୍କତା ଅବଲମ୍ବନ କରାଯାଇ ଆଖପାଖ ଅଞ୍ଚଳକୁ ଖାଲି କରି ଦିଆଯାଇଛି। ଅନେକ ଅଗ୍ନିଶମ ବାହିନୀ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ସୂଚନାନୁସାରେ, ଅଗ୍ନିକାଣ୍ଡରେ କେହି ମୃତାହତ ନେଇ ଖବର ନାହିଁ।
ଅଷ୍ଟ୍ରେଲିଆର ସିଡନୀ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି। ଧୁ ଧୁ ହୋଇ ଜଳୁଥିବା ବିଲ୍ଡିଂରୁ ବାହାରୁଥିବା କଳା ଧୂଆଁ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଛି। ସୂଚନା ଅନୁସାରେ, ଏହି ନିଆଁ ଏତେ ବିପଜ୍ଜନକ ଯେ ଏହାର ଚାରିପାଖରେ ଥିବା କୋଠାକୁ ନିଆଁ ବିସ୍ତାର ହେବାର ଆଶଙ୍କା ରହିଛି।
ଏହି ଅଗ୍ନିକାଣ୍ଡ ସିଡନୀ ସହରର ରେଣ୍ଡଲ୍ ଷ୍ଟ୍ରିଟ୍, ସରେ ହିଲ୍ସ ଅଞ୍ଚଳରେ ଘଟିଛି। ଏଭଳି ଭୟଙ୍କର ଅଗ୍ନିକାଣ୍ଡ ହେତୁ ରାସ୍ତାରେ ଗାଡ଼ିମୋଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ବିଲ୍ଡିଂ ଚାରିପାଖରେ ଥିବା ଆବାସିକ ଅଞ୍ଚଳରେ ନିଆଁ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ଘଟଣାସ୍ଥଳରେ ୧୦୦ରୁ ଅଧିକ ଦମକଳ ଗାଡ଼ି ସହ ୨୦ଟି ଯାନ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।
Woah huge fire in the heart of Surry Hills right now in Sydney, sent by @annamccrea37 @abcnews @abcsydney. pic.twitter.com/HMQGwmvr2T
— Evelyn Leckie (@Evelyn_Leckie) May 25, 2023