Below header

ମାୟାବତୀଙ୍କ ବଡ଼ ଘୋଷଣା, ଲଢ଼ିବେ ନାହିଁ ନିର୍ବାଚନ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ଆଗାମୀ ନିର୍ବାଚନ ପାଇଁ ମାୟାବତୀଙ୍କ ଦଳ ବିଏସ୍‌ପି ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛି । ବିଜେପି ବିରୋଧରେ ଏକାଠି ହୋଇଛନ୍ତି । ତେଣୁ ମାୟାବତୀ ତାଙ୍କ କର୍ମୀ ଓ ନେତାମାନଙ୍କୁ କହିଛନ୍ତି ବିଜେପିକୁ ହରାଇବା ପାଇଁ ପୂରା ଏକଜୁଟ୍‌ ହୁଅ । ସେ ନିର୍ବାଚନରେ ପ୍ରଚାର କରିବେ ବୋଲି କହିଛନ୍ତି । ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ତାଙ୍କ କର୍ମୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ତୁରନ୍ତ ମାୟାବତୀ ଟ୍ଵିଟ୍‌ କରି କହିଛନ୍ତି, ୧୯୯୫ରେ ଯେଭଳି ମୁଁ କୌଣସି ସଦନର ସଦସ୍ୟ ନରହି ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲି ଠିକ୍‌ ସେହିଭଳି ଏଥର ମଧ୍ୟ ମୁଁ ଲଢିବି ନାହିଁ । କାରଣ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ହେଲା ପରେ ନିର୍ବାଚନ ଜିତି ବିଧାୟକ କିମ୍ବା ସାଂସଦ ହେବାକୁ ୬ ମାସ ସମୟ ଦିଆଯାଥାଏ । ଯାହା ପରୋକ୍ଷରେ ସୂଚାଉଛି ଯେ ମାୟାବତୀ ଏଥର ଲାଗି ବଡ଼ ଆଶା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.