ଘୂର୍ଣ୍ଣିବାତ୍ୟା ଇଡ଼ାଇ ରଚିଲା ମହାପ୍ରଳୟ, ମୋଜାମ୍ବିକ ଓ ଜିମ୍ବାୱେ ଛାରଖାର

ଘୂର୍ଣ୍ଣିବାତ୍ୟା ଇଡ଼ାଇ ରଚିଲା ମହାପ୍ରଳୟ । ଛାରଖାର ଆଫ୍ରିକୀୟ ରାଷ୍ଟ୍ର ମୋଜାମ୍ବିକ ଓ ଜିମ୍ବାୱେ। ଗତ ଗୁରୁବାର ଠାରୁ ସକ୍ରିୟ ବାତ୍ୟା ଇଡ଼ାଇ ରବିବାର ଦିନ ବେଇରା ସହରରେ ହୋଇଥିଲା କେନ୍ଦ୍ରୀଭୂତ । ବେଇରାର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ । ନିଶ୍ଚିହ୍ନ ହୋଇଛି ଅନେକ ଘରଦ୍ୱାର । ଭାଙ୍ଗିପଡ଼ିଛି ଗଛ, ବିଜୁଳି ଓ ଟେଲିଫୋନ ଖୁଣ୍ଟି। ଭୟଙ୍କର ଘୂର୍ଣ୍ଣିବାତ୍ୟାରେ ମୋଜାମ୍ବିକରେ ହଜାରେରୁ ଅଧିକ ଓ ଜିମ୍ବାୱେରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ନିଖୋଜ ଅଛନ୍ତି। ଘର, ଗଛ ଭାଙ୍ଗିପଡ଼ିଥିବା ବେଳେ ଟିଣ ଛପର ଉଡ଼ିଯାଇଛି ।

cycloneମୂଷଳଧାର ବର୍ଷା ଓ ପ୍ରବଳ ବେଗରେ ପବନର ବହିବାରୁ ଘଟିଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୭ କିଲୋମିଟର ରହିଥିବା ମୋଜାମ୍ବିକ ସରକାର କହିଛନ୍ତି । ବାତ୍ୟା ପରେ ବହୁ ସଂଖ୍ୟାରେ ମୃତଦେହ ଭାସୁଥିବା ଦେଖାଯାଇଛି। ମୋଜାମ୍ବିକ ରାଷ୍ଟ୍ରପତି ଏହାକୁ ଭୟଙ୍କର ଜାତୀୟ ବିପତ୍ତି କହିଛନ୍ତି। ସୋମବାର ଦିନ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ସେ ବୁଲି ଦେଖିଛନ୍ତି। ଜାତିସଂଘର ଏକ ଉଦ୍ଧାରକାରୀ ଦଳ ବେଇରାରେ ପହଞ୍ଚିଛନ୍ତି। ଜିମ୍ବାୱେ ସରକାର ମଧ୍ୟ ବେଇରା ବିପତ୍ତି ପାଇଁ ସହଯୋଗର ହାତ ବଢାଇଛନ୍ତି।

idaiକ୍ଷତିଗ୍ରସ୍ତଙ୍କୁ ଅସ୍ଥାୟୀ ଘରକୁ ସ୍ଥାନାନ୍ତର କରାଯିବା ସହ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛିି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକ ସ୍ଥାନରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲିଛିା। ଇଣ୍ଟରନ୍ୟାସନାଲ ଫେଡରେସନ ଅଫ ରେଡକ୍ରସ ଏହାକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛି। ବିଶ୍ୱବ୍ୟାପୀ ରାଷ୍ଟ୍ରମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲା ପାଇଁ ସହଯୋଗ ଲୋଡ଼ିଛନ୍ତି ରାଷ୍ଟ୍ରପତି ଫିଲିପ ନ୍ୟୁସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.