ଘର ଘର ବୁଲି ମେଡିସିନ୍‌ ସଂଗ୍ରହ କରିଥାଆନ୍ତି ଏହି ‘ମେଡିସିନ୍‌ ବାବା’, ଜାଣନ୍ତୁ ତାଙ୍କ କାହାଣୀ

ଶାରୀରିକ ବିକଳାଙ୍ଗ ସତ୍ତ୍ୱେ ଓମ୍‌କାର ନାଥ ଓରଫ୍‌ ‘ମେଡିସିନ୍‌ ବାବା’ ଘର ଘର ବୁଲି ବେକାର ପଡ଼ିଥିବା ଔଷଧଗୁଡ଼ିକୁ ଏକାଠି କରିଥାଆନ୍ତି। ପ୍ରତ୍ୟେକ ଦିନ ସେ ନୂଆଦିଲ୍ଲୀର ବିଭିନ୍ନ ଲୋକଙ୍କ ଘରକୁ ଯାଇଥାଆନ୍ତି। ସେଠାରେ ଲୋକମାନେ ତାଙ୍କୁ ଅବ୍ୟବହୃତ ଔଷଧ ଦାନ କରିଥାଆନ୍ତି। ଏହାକୁ ନେଇ ଓମ୍‌କାର ନାଥ ଚାରିଟେବୁଲ୍‌ ହସ୍ପିଟାଲ, ଏନ୍‌ଜିଓ ଏବଂ କ୍ଲିନିକ୍‌ଗୁଡ଼ିକୁ ଦେଇଥାଆନ୍ତି।

123

ଏହାସହ ପଢ଼ନ୍ତୁ: ଏଠାରେ ମାଗଣାରେ ମିଳୁଛି ଘର ଆଉ କ୍ୟାଶ୍‌ ବୋନସ୍‌, ବାସ୍‌ ସର୍ତ୍ତ ଗୋଟିଏ, ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ!

୨୦୦୮ରେ ଓମ୍‌କାର ଏହି କାମ ଆରମ୍ଭ କରିଥିଲେ। ସେ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଦୟାକରି, ଆପଣ ବ୍ୟବହାର କରୁ ନ ଥିବା ଔଷଧଗୁଡ଼ିକୁ ଦାନ ଦିଅନ୍ତୁ’। ତେବେ ଯେଉଁମାନେ ତାଙ୍କୁ କବାଟ ଖୋଲିଦିଅନ୍ତି, ସେ ତାଙ୍କୁ ଧନ୍ୟବାଦ ଦେଇଥାଆନ୍ତି। ଏହାସହ ହଇରାଣ କରିଥିବାରୁ କ୍ଷମା ମାଗିନିଅନ୍ତି ବୋଲି ଏକ ମିଡିଆ ରିପୋର୍ଟରେ କୁହାଯାଇଛି।

1099

ଏହାସହ ପଢ଼ନ୍ତୁ: ବିଲେଇକୁ ଡରାଉଛି କାକୁଡ଼ି! ଦେଖନ୍ତୁ ଏହି ମଜାଦାର ଭିଡିଓ

ଓମ୍‌କାର ଏକ ଦୁର୍ଘଟଣା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ୧୦-୧୧ ବର୍ଷ ପୂର୍ବେ ମେଟ୍ରୋ ଟ୍ରେନ୍‌ର ନିର୍ମାଣ ସ୍ଥଳରେ ଏକ ଦୁର୍ଘଟଣା ଘଟିଥିଲା। ଯେତେବେଳେ ମୁଁ ହସ୍ପିଟାଲକୁ ଗଲି, ସେଠି ଆହତ ଲୋକଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହସ୍ପିଟାଲରେ ଷ୍ଟକ୍‌ ମେଡିସିନ୍‌ ସରିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ କେବଳ ରୋଗୀଙ୍କ ସମ୍ପର୍କୀୟ ବାହାରୁ ମେଡିସିନ ଆଣିକି ଦେଲେ ଚିକିତ୍ସା ହୋଇପାରିବ। ତେଣୁ ସେହିଦିନଠାରୁ ସେ ହସ୍ପିଟାଲକୁ ମେଡିସିନ ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଓମ୍‌କାର କହିଛନ୍ତି।

Leave A Reply

Your email address will not be published.