Below header

୬୨ ଏକର ଗଞ୍ଜେଇ ଚାଷକୁ ଜାଳିଦେଲେ ଅବକାରୀ ବିଭାଗ, ଗଜପତି ଅନ୍ତରବାରେ ଗଞ୍ଜେଇ ଧୁଆଁ

ମୋହନା (କେନ୍ୟୁଜ୍) : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଅନ୍ତରବା ପୁରୁଣା ସାହି ନିକଟରେ ଚଢାଉକରି ୬୨ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ଗଜପତି ଜିଲ୍ଲପାଳ ଅନୁପମ ସାହା ଓ ଏସପି ଶାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଅଂଚଳରେ ଗଞ୍ଜେଇ ଚାଷ ନଷ୍ଟ ପାଇଁ ଚଢାଉ କରାଯାଇଥିଲା ।

ganzaaଏଥିରେ ଏକ ଲକ୍ଷ ୨୪ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କାରୁ ଉର୍ଦ୍ଧ ବୋଲି ଏସଡିପିଓ ଅଶୋକ ମହାନ୍ତି କହିଛନ୍ତି । ଏହି ଚଢାଉରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜଷ୍ଟେଟ ଦାୟୀତ୍ୱରେ ଥିବା ବେଳେ ଅଡବାଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା, ଅବକାରୀ ନିରୀକ୍ଷକ ସୁରୀବାବୁଙ୍କ ସମେତ ପୋଲିସ, ଅବକାରୀ ଓ ରାଜସ୍ୱ କର୍ମଚାରୀ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.