ମେରଠ ପୋଲିସର ବଡ ସଫଳତା, ହ୍ଵାଟସଆପ୍‌ ଜରିଆରେ ବିକ୍ରି ହେଉଥିବା ବାଣ ତିଆରି କାରଖାନା ଉପରେ ଚଢାଉ କଲା ପୋଲିସ୍‌

ଉତ୍ତର ପ୍ରଦେଶର ମେରଠ ପୋଲିସ୍‌ ଚଢାଉ କରି ଏକ ବେଆଇନ୍‌ ବାଣ ତିଆରି କାରଖାନା ଠାବ କରିଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ମୁତାବକ ପୋଲିସ୍‌ ର କଠୋରତା ସତ୍ତ୍ୱେ ଅମାନିଆମାନେ ବାଣ ତିଆରି କରିବା ଛାଡୁନାହାନ୍ତି। କେବଳ ଏତିିକି ନୁହେଁ ବାଣ ବ୍ୟାନ କରିବା ସହ ମେରଠ ପୋଲିସ ‘ଅପେରେସନ୍‌ କ୍ରାକର୍ସ’ ଚଳାଇ ଏଭଳି ଲୋକଙ୍କ ଉପରେ ଚଢାଉ କରିଛି।

ହ୍ଵାଟସଆପ୍‌ ରେ ବିକ୍ରି ହେଉଥିଲା ବାଣ:

ଯାହାପରେ ହ୍ଵାଟସଆପ୍‌ ଜରିଆରେ ବାଣ ବିକ୍ରି କରାଯାଉଛି। ଏହି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ବାଣ ତିଆରି ଗୋଦାମ ଉପରେ ଚଢାଉ କରିଥିଲା। ଏନେଇ ସିଓ ଅରବିନ୍ଦ ଚୌରାସିଆ ଲିସାଡି ପୋଲିସ୍‌ ଷ୍ଟେସନ୍‌ ନିିକଟ ଏକ ବାଣ ଗୋଦାମରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପୋଲିସ ୧ ଲକ୍ଷ ଟଙ୍କାର ବାଣ ଜବତ କରିଛି।

policeଦିଲ୍ଲୀ ଏନସିଆରରେ ବାଣ ବିକ୍ରୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି, ଯାହାପରେ ହ୍ଵାଟସଆପ୍‌ ଜରିଆରେ ବାଣ ବିକ୍ରି କରାଯାଉଛି। ଏହି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ବାଣ ତିଆରି ଗୋଦାମ ଉପରେ ଚଢାଉ କରିଥିଲା। ଏନେଇ ସିଓ ଅରବିନ୍ଦ ଚୌରାସିଆ ଲିସାଡି ପୋଲିସ୍‌ ଷ୍ଟେସନ୍‌ ନିିକଟ ଏକ ବାଣ ଗୋଦାମରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପୋଲିସ ୧ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏହି ବାଣଗୁଡିକୁ ବିକିବା ପାଇଁ ଅଭିଯୁକ୍ତମାନେ ଏକ ହ୍ଵାଟସଆପ୍‌ ଗ୍ରୁପ୍‌ ମଧ୍ୟ ତିଆରି କରିଥିଲେ। କାରଣ ଯେଉର୍ ଲୋକମାନଙ୍କୁ ବାଣ କିଣିବାର ଇଛା ହେବ ସେମାନେ ଏହି ଲୋକଙ୍କ ସହ ସମ୍ପର୍କ କରିପାରିବେ। ଏହାପରେ ଗ୍ରାହକ ଟଙ୍କା ପଠାଇବା ପରେ ବାଣ ପ୍ୟାକେଟ ମଧ୍ୟ ଟ୍ରାନ୍ସଫର ହେଉଥିଲା। ଏଭଳି ବେଆଇନ୍‌ କାର୍ଯ୍ୟ ମେରଠରେ ଚାଲୁଥିଲା କାରଣ ମେରଠରେ ବାଣ ବ୍ୟାନ କରାଯାଇଛି କିନ୍ତୁ ଲୋକମାନେ ଏହାପରେ ମଧ୍ୟ ଆଇନକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି।

ରିପୋର୍ଟ ଅନୁଯାୟୀ ମେରଠ ପୋଲିସ୍‌ ଚଢାଉ କରି ୫ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସମୟରେ ପୋଲିସ ଅନୁସନ୍ଧାନରେ ବେଳେ ହ୍ଵାଟସଆପ୍‌ ଜରିଆରେ ଗୁପ୍ତରେ ବାଣ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏହାଜାଣିବା ପରେ ପୋଲିସର ବି ହୋସ୍‌ ଉଡିଯାଇଥିଲା। ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅନ୍ୟପଟେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.