ଜାପାନ ଜାହାଜରେ ଫସିରହିଥିବା ଭାରତୀୟ ଗୀତ ଗାଈ ସେୟାର କଲେ ଭିଡିଓ, କହିଲେ ଆମେ ନିଶ୍ଚୟ ଫେରିବୁ ଘରକୁ.. ଦେଖନ୍ତୁ ଭିଡିଓ

କରୋନା ଭାଇରସ ଆତଙ୍କ ସାରା ଦୁନିଆରେ ଛାଇ ରହିଛି । ଲୋକମାନେ ଆତଙ୍କିତ ହୋଇ ଅଛନ୍ତି । ଡାଇମଣ୍ଡ ପ୍ରିନ୍ସେସ ଜାହାଜକୁ ଜାପାନ ତଟରେ ହିଁ ରଖି ଦିଆଯାଇଛି । ଗତ କିଛିଦିନ ତଳେ ଖବର ଆସିଥିଲା ଯେ ଭାରତୀୟ ଦୁଇ ଜଣ ଯାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । କ୍ରୁଜରେ ଥିବା ୩୭୧୧ ଜଣ ଲୋକଙ୍କ ମଧ୍ୟରେ ୧୩୮ ଜଣ ଭାରତୀୟ ଅଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କ୍ରୁ ମେମ୍ବର ଥିବା ବିନୟ କୁମାର ସରକାର ନାମକ ଜଣେ ବ୍ୟକ୍ତି ସେଠାକାର ସମସ୍ତ ସୂଚନା ଦେଉଛନ୍ତି । ଏପରିକି ନିକଟରେ ସେ ଏକ ଗୀତ ଗାଈ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସେ ଅରିଜିତ ସିଂଙ୍କ ଏକ ଗୀତ ମାଧ୍ୟମରେ କହିଛନ୍ତି ଯେ ”ଆମେ ସମସ୍ତେ ଘରକୁ ଫେରିବା । ଟେନସନ ନିଅନ୍ତୁନି ଆମେ ସମସ୍ତେ ଫେରିବା ସବୁ ଭାରତୀୟ ଫେରିବା । ସେଥିପାଇଁ ଟିକିଏ ଧର୍ଯ୍ୟ ଧରନ୍ତୁ । ଟିକିଏ ଖୁସିରେ ରୁହନ୍ତୁ ଓ ଖୁସିରେ ରହିବା ପାଇଁ ଏଣ୍ଟରଟେନମେଣ୍ଟ ଦରକାର । ଥ୍ୟାଙ୍କ ୟୁ ଅରିଜିତ ସିଂ” । ବିନୟ ନିଜର ଫେସବୁକ ସାହାଯ୍ୟରେ ଜାହାଜ ଭିତରୁ ପ୍ରତିକ୍ଷଣର ସୂଚନା ଦେଇଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜାହାଜ ଭିତରେ ୬୨୧ ଜଣ ଲୋକ କରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଭାରତ ସରକାରଙ୍କ ପାଖରେ ନିଜର ବାର୍ତ୍ତା ପହଂଚାଇବା ପାଇଁ ଏମାନେ ସୋସିଆଲ ମିଡିଆର ସାହାରା ନେଉଛନ୍ତି ।

ଏହାଥିଲା ବିନୟଙ୍କର ପ୍ରଥମ ଭିଡିଓ ଯେଉଁଥିରେ ସେ ଜାହାଜ ଭିତରେ ଥିବା କରୋନା ପିଡୀତଙ୍କ ବିଷୟରେ ସୂଚନା ଦେଇଥିଲେ । ତେବେ ଆମେ ଆଶା କରୁଛୁ ଯେ ଜାହାଜ ଭିତରେ ଥିବା ସମସ୍ତ ଲୋକ ସୁସ୍ଥ ଭାବେ ନିଜ ଘରକୁ ଫେରିଯାଆନ୍ତୁ । ବିନୟଙ୍କର ଏହି ଗୀତରୁ ଜଣାପଡୁଛି ଯେ ଦୁଃଖ ସମୟରେ ସଂଗୀତ ମଧ୍ୟ କିଛି ସାହସ ଦେଇଥାଏ ।

Leave A Reply

Your email address will not be published.