Below header

ସ୍ତ୍ରୀ କୋଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଲେ ବ୍ୟକ୍ତି, କିନ୍ତୁ କେହିବି ବଢ଼ାଇଲେନି ସହାୟତାର ହାତ, ଦେଖନ୍ତୁ ଛାତିଥରା ଭିଡିଓ

କଣ ହେବ ଯେତେବେଳେ ଜୀବନର ସବୁଠାରୁ ଅନ୍ତରଙ୍ଗ ସାଥି ଯିଏ ଜୀବନ ସାଥି ଭାବରେ ଆମ ପାଖରେ ସବୁବେଳେ ଥାନ୍ତି ହଠାତ୍‌ ଆଖି ସାମ୍ନାରୁ ଦୂରେଇ ଯିବେ। ଏହି ସମୟରେ ମୁଣ୍ଡରେ ବଜ୍ର ପଡିଯିବା ଭଳି ଲାଗିବ। ଏମିତି ଏକ ଘଟଣା ଘଟିଛି ବିହାରର ସିଓ୍ଵାନ ରେଲେଓ୍ଵ ଷ୍ଟେସନରେ। ଏଠାରେ ଦିନଦ୍ୱିପହରରେ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀ ସାମ୍ନାରେ ହିଁ ଗୁଳି କରିି ହତ୍ୟା କରିଦେଇଛନ୍ତି।

wifeରବିବାର ଦିନ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ ସହିତ କାଠଗୋଦାମ ଏକ୍ସପ୍ରେସରେ ସିଓ୍ଵାନରୁ କୋଲକାତା ଯିବା ପାଇଁ ପ୍ଲାଟଫର୍ମରେ ଛିଡା ହୋଇଥିଲେ । ଠିକ ଏତିକି ବେଳେ ଏହି ଲୋକଟାଙ୍କୁରା ଘଟଣାଟି ଘଟିଗଲା। କିଛି ଯୁବକ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କ ବେକକୁ ଗୁଳି ମାରି ଦେଲେ, ଯାହାପରେ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ କୋଳରେ ହିଁ ଟଳି ପଡିଲେ। ବ୍ୟକ୍ତିଙ୍କ ସ୍ତ୍ରୀ ସାହାଯ୍ୟ ପାଇଁ ଲୋକଙ୍କୁ ଗୁହାରୀ କଲେ କିନ୍ତୁ ଲୋକମାନେ କେହି ହେଲେ ବି ତାଙ୍କୁ ସାହାଯ୍ୟ କଲେ ନାହିଁ ଓଲଟି ଭିଡିଓ ବନାଉଥିଲେ ଏବଂ ଘଟଣାକୁ ଦର୍ଶକ ସାଜି ଦେଖୁଥିଲେ। ଏହାରି ଭିତରେ ବ୍ୟକ୍ତିଙ୍କର ପ୍ରାଣ ବାୟୁ ଉଡିଗଲା।

video courtesy : Mukesh Singh@ANI

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ କେମିତି ସ୍ତ୍ରୀଟି ସ୍ୱାମୀକୁ କୋଳରେ ଧରି ଲୋକଙ୍କୁ ସାହାଯ୍ୟ ପାଇଁ କାକୁତି ମିନତୀ ହେଉଛି। କିନ୍ତୁ ଏହି ସ୍ୱାର୍ଥପର ଦୁନିଆରେ କେହି ହେଲେ ବି ତାଙ୍କୁ ସାହାଯ୍ୟ ପାଇଁ ବାହାରିଲେନାହିଁ।

Siwanଆରପିଏଫ ପୋଲିସ କର୍ମୀ ମାମଲାର ତଦନ୍ତ କରୁଛନ୍ତି। ଯେହେତୁ ଷ୍ଟେସନ ପରିସରରେ ସିସିଟିଭି କ୍ୟାମେରା ଲାଗିନଥିଲା ଏହି କାରଣରୁ ଘଟଣାର ସିସିିଟିିଭି ଫୁଟେଜ୍‌ ମିଳିପାରିନାହିଁ। ଦିନଦ୍ୱିପହରରେ ଏମିତି ଏକ ଛାତିଥରା ଘଟଣା ପରେ ଲୋକଙ୍କ ମନରେ ଭୟର ସଞ୍ଚାର ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.