ବ୍ରିଟେନରେ କରୋନା ପରଠୁ ବଢ଼ୁଛନ୍ତି ମାନସିକ ରୋଗୀ! ଲୋକଙ୍କୁ ଘାରୁଛି ଭୂତ ଭୟ…ରିସର୍ଚ୍ଚରୁ ଖୁଲାସା

କରୋନା ଭୟ ଚାଲିଯିବା ପରେ ଏବେ ବିଶ୍ୱରେ ମାନସିକ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଲୋକମାନଙ୍କୁ ଭୂତ ଭୟ ଘାରିଛି। ଏମିତି ଆଶ୍ଚର୍ଯ୍ୟଜନକ ମାମଲା ଆସିଛି ବ୍ରିଟେନରୁ। ନିକଟରେ ସେହି ଲୋକମାନଙ୍କ ଉପରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି କଥାର ଖୁଲାସା ହୋଇଛି। ଏବେ ଲୋକେ କରୋନାରୁ ସୁସ୍ଥ ହେବା ପରେ ମାନସିକ ରୋଗରେ ଜୁଝି ହେଉଛନ୍ତି।

ବ୍ରିଟେନରେ ଲୋକଙ୍କଠାରେ ଆସାଧାରଣ ଗତିବିଧି ନୋଟିସ୍‌ କରାଯାଉଛି। ଏଠାକାର ଲୋକେ ଘୋଷ୍ଟ୍‍ ହଣ୍ଟର୍ସଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସାହାଯ୍ୟ ନେଉଛନ୍ତି। କେହି କେହି ନିଜ ଘରେ ଅଧା ନିଦରୁ ଉଠି ବସି ପଡ଼ୁଛନ୍ତି ତ ଆଉ କେହି କୌଣସି ଭାରୀ ଜିନିଷ ପଡ଼ିବାର ଶବ୍ଦ ଶୁଣିବାକୁ ପାଉଛନ୍ତି। ଲୋକେ ଘର ଭିତରେ ସାଉଣ୍ଡ୍‌ ଡିଟେକ୍ଟ ଡିଭାଇସ୍‌ ଏବଂ କ୍ୟାମେରା ଲଗାଇ ରଖିଛନ୍ତି, ଯେପରି କୌଣସି ପ୍ରକାର ଘଟଣାର ରେକର୍ଡ ହୋଇ ପାରିବ।

ବ୍ରିଟେନରେ ସାଇଣ୍ଟିଫିକ୍‌ ରୂପେ ଭୂତମାନଙ୍କୁ ଚିହ୍ନଟ କରୁଥିବା ଘୋଷ୍ଟ୍‍ ହଣ୍ଟରମାନଙ୍କର ଡିମାଣ୍ଡ ବି ହଠାତ୍‌ ବଢ଼ି ଯାଇଛି। ଲଣ୍ଡନର ଗୋଲ୍ଡ ସ୍ମିଥ୍‌ ୟୁନିଭର୍ସିଟିର ପ୍ରଫେସର କ୍ରିଷ୍ଟୋଫର ଫ୍ରେଞ୍ଚ କହିଛନ୍ତି, କୋଭିଡ୍‌ ସମୟରେ ଲୋକମାନେ ଘରେ ରହି ଭୂତିଆ ଥ୍ରିଲର ସିରିଏଲ, ସୋସିଆଲ ମିଡିଆ ଏବଂ ଟେଲିଭିଜନରେ ପ୍ରସାରିତ ହେଉଥିବା ଭୂତ କାର୍ଯ୍ୟକ୍ରମ ଦେଖିଥିଲେ। ଏହି ସବୁକୁ ଦେଖିବା ପରେ ସେମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇ ଯାଇଛି। ଗତ ଏକ ବର୍ଷ ଭିତରେ ୧୦୦୦ରୁ ଅଧିକ ଲୋକ ଘର ଭିତରେ ହଠାତ୍‌ ଲାଇଟ୍‌ ବନ୍ଦ ହୋଇଯିବା, ରାତିରେ ଅଦ୍ଭୁତ ପ୍ରକାର ଶବ୍ଦ ଆସିବା ଭଳି ଘଟଣା ରେକର୍ଡ କରି ସାରିଲେଣି।

ତେବେ ବିଶେଷଜ୍ଞଙ୍କ ମତରେ ଏଭଳି ରୋଗକୁ ମାନସିକ ରୋଗ କୁହାଯାଇଥାଏ, ଯେଉଁଥିରେ ଉଦ୍‌ବେଗ, ନିଦ୍ରାହୀନତା, ଡିପ୍ରେସନ ଏବଂ obsessive compulsive disorder (OCD) ଓ post traumatic stress disorder (PTSD) ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ଏଠି ବ୍ରିଟେନରେ ଲୋକମାନଙ୍କଠାରେ ନିଦ୍ରାହୀନତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.