ଯୁଦ୍ଧ ଯେତିକି ଲମ୍ବୁଛି ସେତିକି ଉଗ୍ର ହେଉଛି ରୁଷ୍‌: ପୁଣି ରକେଟ୍‌ ମାଡରେ ନେଲା ୩୦ ଜୀବନ

କେନ୍ୟୁଜ୍(ବ୍ୟୁରୋ):ପୂର୍ବ ୟୁକ୍ରେନ ଉପରେ ରୁଷର ଆଉ ଏକ ଭୟଙ୍କର ଆକ୍ରମଣ । ଡୋନେସ୍କ ନିକଟ କ୍ରାମାଟର୍ସ୍କ ସହରରେ ଥିବା ଏକ ରେଳ ଷ୍ଟେସନ ଉପରେ ରକେଟ୍‌ ମାଡ ହୋଇଛି । ଯେଉଁଥିରେ ପ୍ରାଣ ହରାଇଛନ୍ତି ୩୦ ଜଣ । ଶହେ ଜଣ ଆହତ ହୋଇଛନ୍ତି । ଯୁଦ୍ଧଗ୍ରସ୍ତ ସହର ସହର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଲୋକ ରେଳ ଷ୍ଟେସନରେ ଏକାଠି ହୋଇଥିଲେ । ଏହି ସମୟରେ ହୋଇଥିଲା ରକେଟ ମାଡ ।

ଯୁଦ୍ଧ ଯେତିକି ଲମ୍ବୁଛି ସେତିକି ଉଗ୍ର ହେଉଛି ରୁଷ୍‌ । ଓଡ଼ିଶା ଉପରେ ବି ଏୟାରଷ୍ଟ୍ରାଇକ ହୋଇଛି । ବ୍ଲାକ ସିରୁ ହୋଇଛି ମିସାଇଲ ମାଡ଼ । ଏଥିରେ ବହୁ ବିଲ୍ଠିଂ ଧ୍ୱଂସ ହୋଓଇଛି । ସେପଟେ ମାରିୟୁପୁଲରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ମାରିୟୁପୁଲ ସହରରେ ରୁଷ ସେନା ସର୍ବାଧିକ ଧ୍ୱଂସଲୀଳା ରଚିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.