Below header

ମେକ୍ସିକୋରେ ବିମାନ ଦୁର୍ଘଟଣା : ବର୍ତ୍ତିଗଲେ ସମସ୍ତେ, ୮୫ ଯାତ୍ରୀ ଆହତ

ମେକ୍ସିକୋର ଦୁରଙ୍ଗୋ ସହରରେ ବିମାନ ଦୁର୍ଘଟଣା । ମଙ୍ଗଳବାର ରାତିରେ ଏୟାର ମେକ୍ସିକୋର ଏକ ବିମାନ ଖରାପ ପାଗ ଯୋଗୁଁ ର୍ଦୁଟଣାଗ୍ରସ୍ତ ହୋଇଛି । ଏଥିରେ ୮୫ ଜଣ ଯାତ୍ରୀ ଆହତ ହୋଇଛ୍ନତି । ବିମାନଟି ଦୁରଙ୍ଗୋ ବିମାନ ବନ୍ଦରରୁ ମେକ୍ସିକୋ ସିଟିକୁ ଯାଉଥିଲା। ସେତେବେଳେ ପ୍ରବଳ ବର୍ଷା ହେଉଥିଲା । ତେବେ ଉଡ଼ାଣ ଭରିବାର ୧୫ ମିନିଟ୍ ମଧ୍ୟରେ ଦୁର୍ଘଟଣା ଘଟିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ବିମାନରେ ଏକ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ଲାଗି ଯାଇଥିଲା। ତା ପରେ ତଳେ ବାଡ଼େଇ ହୋଇ ଯାଇଥିଲା। ତେବେ ସୌଭାଗ୍ୟର କଥା ହେଉଛି ଏଥିରେ କାହାର ମୃତ୍ୟୁ ହୋଇନାହିଁ । ସମସ୍ତଙ୍କୁ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.