Below header

ବଳାତ୍କାରୀ ଜଲେବି ବାବା

ହରିଆଣା : ଆଉ ଜଣେ ବଳାତ୍କାରୀ ବାବା, ହରିଆଣାର ଜଲେବି ବାବା । କାରନାମା ପଦାକୁ ଆସିବା ପରେ ଏବେ ପୋଲିସ୍ ହେପାଜତରେ । ତନ୍ତ୍ର ମନ୍ତ୍ର ବାହାନାରେ ୯୦ରୁ ଅଧିକ ଯୁବତୀ ଓ ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓ ବନାଇ ଯୁବତୀମାନଙ୍କୁ ବ୍ଲାକ୍ମେଲ୍ ବି କରୁଥିଲେ । ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ଅଶ୍ଳୀଳ ଭିଡିଓ କରିଛନ୍ତି ଜଲେବି ବାବା । ବାବାଙ୍କ ଚେହେରା ସିନା ସିଧା କିନ୍ତୁ କର୍ମ ଠିକ୍ ଜଲେବି ଭଳି ଅଙ୍କାବଙ୍କା । ହରିଆଣାର ଟୋହନାରେ ରହିଛି ବାବାଙ୍କ ଆଶ୍ରମ । ସେହି ଆଶ୍ରମରେ ଏକ ଗୁପ୍ତ କୋଠରୀ ଥିଲା ବାବାଙ୍କର ରେପ୍-ରୁମ୍ । ଏତେ ଦିନ ଧରି ଜଲେବି ବାବା ଏତେ କାଣ୍ଡ କରି ଆସିଛନ୍ତି ।

ଏତେ ଚତୁରତାର ସହ ବାବା କାମ କରୁଥିଲେ ଯେ ଗାଁ ଲୋକ କିମ୍ବା ପୋଲିସ୍ ପାଖରେ କିଛି ବି ସୂଚନା ପହଞ୍ଚି ନଥିଲା । ପୋଲିସ୍ ନିଜେ ମଧ୍ୟ ଆଶ୍ଚର୍ୟ୍ୟ । କିଭଳି ଭାବେ ଏତେବଡ଼ ଏକ ଅଶ୍ଳୀଳ ଫିଲ୍ମ ଇଣ୍ଡଷ୍ଟ୍ରି ଚାଲିଥିଲା । ତାଙ୍କର ପ୍ରତି ଫିଲ୍ମରେ ଜଣେ ଜଣେ ନୂଆ ଯୁବତୀ ରହିଥିବା ଦେଖାଯାଇଛି । ସେ ଝିଅମାନଙ୍କୁ ସମ୍ମୋହନ କରି ସେମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରୁଥିଲେ । ସେସବୁ ଅଶ୍ଳୀଳ ଭିଡିଓ ସିଡି ଜବତ କରିଛି ପୋଲିସ୍ । ତେବେ ଏପର୍ୟ୍ୟନ୍ତ ତାଙ୍କ ବିରୋଧରେ ଜଣେ ମାତ୍ର ଯୁବତୀ ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.