୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲେ ମାଇକଲ ଜାକସନ, ନିଜ ସହିତ ରଖିଥିଲେ ୧୨ ଡାକ୍ତରଙ୍କ ଟିମ୍‌, ଅକ୍ସିଜେନ ଚାମ୍ବରରେ ଶୋଉଥିଲେ

ନୂଆଦିଲ୍ଲୀ : ଆଜି ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁକୁ ୧୩ ବର୍ଷ ହୋଇଗଲାଣି । ହେଲେ ଆଜି ବି ସେ ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି । ତାଙ୍କର ମୃତ୍ୟୁରେ କେବଳ ଆମେରିକା ନୁହେଁ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ମାଇକେଲ ଜ୍ୟାକସନଙ୍କ ଅନ୍ତିମ ବିଦାୟର ଲାଇଭ ଷ୍ଟ୍ରିମ କରାଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୫୦ କୋଟି ଲୋକ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ।

ମାଇକେଲ ଜ୍ୟାକସନଙ୍କ ମୃତ୍ୟୁ ୫୦ ବର୍ଷ ବୟସରେ ହୋଇଥିଲା । ଆପଣ ଜାଣନ୍ତି କି ସେ ୧୫୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲେ । ଏଥିପାଇଁ ସେ ୧୨ ଜଣିଆ ଡାକ୍ତର ଟିମ୍‌ ତାଙ୍କ ସହ ରଖୁଥିଲେ । ଖାଲି ସେତିକି ନୁହେଁ ସେ ଦୀର୍ଘ ଦିନ ବଞ୍ଚିବା ପାଇଁ ଅଦ୍ଭୁତ କାର୍ଯ୍ୟ ସବୁ କରୁଥିଲେ । ଏଥିପାଇଁ ସେ ଅକ୍ସିଜେନ ଚ୍ୟାମ୍ବରରେ ଶୋଉଥିଲେ । ଅକ୍ସିଜେନ ଚ୍ୟାମ୍ବରରେ ଶୋଇବା ବେଳେ ସେ କହୁଥିଲେ ଯେ ଏହାଦ୍ୱାରା ଶରୀର ଭଲ ରହିବା ସହ ବୟସ ମଧ୍ୟ ବଢ଼ିଥାଏ ।

ଜ୍ୟାକ୍‌ସନ ଏତେ ସନ୍ଦେହୀ ଥିଲେ ଯେ ସେ ଖାଇବା ପୂର୍ବରୁ ତାଙ୍କର ଖାଦ୍ୟ ଲାବୋରେଟୋରୀ ପରୀକ୍ଷା ହେଉଥିଲା । ୧୦ ଭାଇ ଭଉଣୀଙ୍କ ମଧ୍ୟରୁ ତାଙ୍କର ସ୍ଥାନ ୮ ନମ୍ବରରେ ଥିଲା । କୁହାଯାଏ ଡ୍ରଗ୍ସ ଓଭରଡୋଜ ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.